Categories: ଜାତୀୟ

ଅନ୍ତିମ ସଂସ୍କାରର ୧୦ ଦିନ ପରେ ଯୁବତୀ କହିଲେ ମୁଁ ବଞ୍ଚିଛି: ଆଉ ତା’ପରେ

ପାଟନା,୧।୯: ବିହାରର ବୈଶାଳୀ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ଅନ୍ତିମ ସଂସ୍କାରର ୧୦ ଦିନ ପରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଜୀବିତ ଥିବା କହିଛନ୍ତି। ସମ୍ପୃକ୍ତ ଯୁବତୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତକୁ ଖୋଜୁଥିବାବେଳେ ତାଙ୍କ ସେ ଜୀବିତ ଥିବା ଭିଡିଓ ପୋଲିସକୁ ଚିନ୍ତାରେ ପକାଇଛି। ଏହି ସମ୍ବେଦନଶୀଳ ମାମଲା ବିହାରର ବୈଶାଳୀ ଜିଲାରୁ ଆସିଛି। ସୂଚନାଯୋଗ୍ୟ ଗତ ଅଗଷ୍ଟ ୨୨ରେ ବୈଶାଳୀ ଜିଲାର ବକରପୁରର ଜଣେ ବ୍ୟକ୍ତି ତାଙ୍କ ଝିଅ ମେନକାଙ୍କୁ କିଏ ଅପହରଣ କରି ନେଇଥିବା ନେଇ ଏଫଆଇଆର୍‌ ଦାଖଲ କରିଥିଲେ। ପରଦିନ ଜଣେ ଝିଅର ମୃତଦେହ ମିଳିଥିଲା। ମୃତଦେହରୁ ଝିଅଟିକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା। ମୃତ ଶରୀରର ପରିଚୟ ଲିଭାଇବା ପାଇଁ ଶରୀରକୁ ଏସିଡ ପକାଇ ପୋଡି ଦିଆଯାଇଥିଲା। ମୃତଦେହ ମିଳିବା ପରେ ପୋଲିସ ହତ୍ୟା ଏଫଆଇଆର୍‌ ପଞ୍ଜୀକୃତ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ପୋଷ୍ଟମର୍ଟମ ପରେ ମେନକାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଶେଷ ରୀତିନୀତି କରିଥିଲେ। ଏହାର ୧୦ ଦିନ ପରେ ମେନକା ନିଜେ ଜୀବିତ ଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ସ୍ବଇଚ୍ଛାରେ ଘର ପଳାଇଆସି ବିବାହ କରିଥିଲି। ଘରୁ ଆସିବା ପରେ ମୁଁ ସେମାନଙ୍କୁ ଫୋନ କରିଥିଲି। ତଥାପି ସେ କେସ୍‌ କରି ମୋ ଅନ୍ତିମ ସଂସ୍କାର କରିଥିଲେ ବୋଲି ମେନକା କହିଛନ୍ତି। ତେବେ ସେଦିନ ଉଦ୍ଧାର ହୋଇଥିବା ଯୁବତୀ ଜଣଙ୍କ କିଏ ବୋଲି ପୋଲିସ ତଦନ୍ତ ଆରମ୍ଭ କରିଛି।

Share