Categories: ଜାତୀୟ

ପଞ୍ଜାବ ଡିଏସ୍‌ପି ହତ୍ୟାକାରୀଙ୍କୁ ଧରିଲା ପୋଲିସ: କିଏ ସେ…

ଚଣ୍ଡିଗଡ଼,୪।୧: ପଞ୍ଜାବ ଡିଏସ୍‌ପି ଦଲବୀର ସିଂ ଦେଓଲଙ୍କ ମୃତଦେହ ବୁଧବାର ଜଳନ୍ଧରରୁ ମିଳିଥିବା ବେଳେ ତାଙ୍କୁ ଜଣେ ଅଟୋ ଚାଳକ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଏକ ସାମନ୍ୟ ଘଟଣାକୁ ନେଇ ପାଟିତୁଣ୍ଡରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପୂର୍ବରୁ ଦେଓଲ ଜଣେ ଭାରୋତ୍ତଳକ ଥିଲେ। ୨୦୦୦ରେ ସେ ଅର୍ଜୁନ ପୁରସ୍କାର ପାଇଥିଲେ। ଡିଏସ୍‌ପି ଅଟୋ ଡ୍ରାଇଭରଙ୍କୁ ଗାଁରେ ଛାଡ଼ିଦେବାକୁ କହିଥିଲେ। ହେଲେ ଅଟୋ ଡ୍ରାଇଭର ମନା କରିଦେବାରୁ ଏହାକୁ ନେଇ ବଚସା ହୋଇଥିଲା। ନିଶାଗ୍ରସ୍ତ ଅବସ୍ଥାରେ ଥିବା ଅଭିଯୁକ୍ତ ଡ୍ରାଇଭର ଦେଓଲଙ୍କ ସର୍ଭିସ୍‌ ପିସ୍ତଲ ଛଡ଼ାଇ ନେଇ ମୁଣ୍ଡକୁ ଗୁଳି ଚଳାଇଥିଲେ। ବିଜୟ କୁମାର ନାମକ ଅଟୋ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଜଳନ୍ଧର ପୋଲିସ କମିଶନର ସ୍ବପନ ଶର୍ମା ପ୍ରକାଶ କରିଛନ୍ତି।

Share