ଭୁବନେଶ୍ୱରରୁ ଅଟୋରିକ୍ସାରେ କୋରାପୁଟ

ରାୟଗଡା ଅଫିସ,୧ା୪: ସାହାଯ୍ୟ କରିବା ପାଇଁ ଜଣେ ମହିଳା ସାହାସକିତା ଦେଖାଇଛନ୍ତି। ଭୁବନେଶ୍ୱରରୁ ସେ ଅଟୋ ଚଳାଇ କୋରାପୁଟ ଆସି ଏକ ଅସହାୟ ପରିବାରକୁ ଭେଟିଛନ୍ତି। କୋରାପୁଟ ଅଞ୍ଚଳର ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ପରେ ପରିବାର ବହୁ କଷ୍ଟରେ ଚଳୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସନ୍ତୋଷୀ ଦେଓ। କୋରାପୁଟରୁ ସନ୍ତୋଷୀ ଶୁକ୍ରବାର ରାୟଗଡ଼ା ଆସିବା ପରେ ଅଟୋ ମହାସଂଘ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି ।
ସନ୍ତୋଷୀଙ୍କ ନିଜ ଘର କେନ୍ଦୁଝର ଜିଲାରେ। ସେ ଭୁବନେଶ୍ୱରରେ ରହି ଅଟୋ ଚଳାଉଛନ୍ତି। କୋରାପୁଟ ଅଞ୍ଚଳର ଜଣେ ଝିଅ ସୁନନ୍ଦା ଗେଲରୀ ୩ ବର୍ଷ ତଳେ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଅଟୋ ଚଲାଇ ପରିବାର ପୋଷୁଥିବା ସନ୍ତୋଷୀ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ଅସହାୟ ସୁନନ୍ଦା ଏବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ପରିବାରରେ ମା’, ସାନ ଭଉଣୀଭାଇ ଅଛନ୍ତି। ତାଙ୍କ ପରିବାର କଥା ବୁଝିବା ପାଇଁ ଅଟୋ ଚଳାଇ ଭୁବନେଶ୍ୱରରୁ ଆସିଥିଲି ବୋଲି ସନ୍ତୋଷୀ କହିଛନ୍ତି। ସେ ସୁନନ୍ଦାଙ୍କ ଭଉଣୀ ଭାଇଙ୍କ ପାଠ ପଢିବା ଦାୟିତ୍ୱ ନେବେ। ସୁନନ୍ଦା ସ୍ବାବଲମ୍ବୀ ହେବା ପାଇଁ ଯଦି ଅଟୋ ଚଲାଇବାକୁ ଚାହିଁବେ ତାଙ୍କୁ ଅଟୋ ଦେବି ବୋଲି ସେ କହିଛନ୍ତି। ଭୁବନେଶ୍ୱରରୁ ରାୟଗଡା ଅଟୋ ଚଳାଇ ଆସିବା ବେଳେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିବା ସନ୍ତୋଷୀ କହିଛନ୍ତି l

Share