Categories: ଖେଳ

ନିଲାମୀରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ରହିଥିଲା ଦବଦବା, କେବଳ ୩ ଖେଳାଳିଙ୍କୁ ମିଳିଛି ୫୪ କୋଟିରୁ ଅଧିକ ଟଙ୍କା

ଦୁବାଇ,୨୦।୧୨: ମଙ୍ଗଳବାର ହୋଇଥିବା ଆଇପିଏଲ ନିଲାମରେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କର ଦବଦବା ରହିଥିଲା। କଙ୍ଗାରୁ ଖେଳାଳିଙ୍କ ପାଇଁ ନିଲାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମିଚେଲ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟିରେ କିଣିଛି। ସେହିପରି ସନରାଇଜର୍ସ ହାଇଦ୍ରାବାଦ ୨୦.୫୦କୋଟିରେ ପ୍ୟାଟ କମିନ୍ସଙ୍କୁ କିଣିଥିବା ବେଳେ ଗୁଜରାଟ ଟାଇଟାନ୍ସ ସ୍ପେନ୍ସର ଜନସନଙ୍କ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହିପରି, ଆଇପିଏଲ୍‌ ଦଳ କେବଳ ୩ ଅଷ୍ଟ୍ରେଲୀୟ ଖେଳାଳିଙ୍କ ପାଇଁ ୫୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହା ବ୍ୟତୀତ ଅଷ୍ଟ୍ରେଲୀୟ ଓପନର୍‌ ଟ୍ରାଭିସ ହେଡ୍‌ ମଧ୍ୟ ଭଲ ମୂଲ୍ୟ ପାଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ୬.୮୦ କୋଟିରେ ଟ୍ରାଭିସ ହେଡ୍‌ଙ୍କୁ କିଣିଛି। ଏଥି ସହିତ ଦିଲ୍ଲୀ କ୍ୟାପିଟାଲ୍ସ କଙ୍ଗାରୁ ଦ୍ରୁତ ବୋଲର ଝାୟ ରିଚାର୍ଡସନଙ୍କ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ଆଷ୍ଟନ ଟର୍ନରଙ୍କୁ ୧ କୋଟି ଟଙ୍କାରେ କିଣିଛି।

Share