ରିଲାଏନ୍ସ ଟ୍ରେଣ୍ଡ୍‌ସର ଶରତ-ଶୀତ କଲେକ୍ସନ

ମୁମ୍ବାଇ,୫।୧୦: ଚଳିତ ବର୍ଷର ପାର୍ବଣ ପାଇଁ ରିଲାଏନ୍ସ ଟ୍ରେଣ୍ଡ୍‌ସ ପକ୍ଷରୁ ଶରତ-ଶୀତ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏପରିକି ପ୍ରତ୍ୟେକ ଦିନ କମ୍‌ ମୂଲ୍ୟର ଚିନ୍ତାଧାରା ସହ ଆରମ୍ଭ ହୋଇଥିବା ଏହି ନୂଆ କଲେକ୍ସନରେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ପୋଷାକ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି। ୧୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି କଲେକ୍ସନ ଉତ୍ସବର ଉତ୍ସାହକୁ ଦ୍ୱିଗୁଣିତ କରିବା ସହ ବିବିଧ ଡିଜାଇନର ପୋଷାକ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ବୋଲି ଟ୍ରେଣ୍ଟ୍‌ସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସେହିଭଳି ଏହି ନୂତନ କଲେକ୍ସନ ପ୍ରକୃତିର ସୌନ୍ଦର୍ଯ୍ୟ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଅନୁପ୍ରାଣିତ ହୋଇଥିବାବେଳେ ସମସ୍ତ ପୋଷାକରେ ଫୁଲ, ପ୍ରବାହିତ ନଦୀ ଏବଂ ଶାନ୍ତ ପର୍ବତଗୁଡ଼ିକର ଭବ୍ୟତା ଆଦି ଦେଖିବାକୁ ମିଳିବ। ଏପରିକି ଆଧୁନିକ ମହିଳାଙ୍କ ପାଇଁ ଏହି ସମ୍ଭାରକୁ ସୂକ୍ଷ୍ମ ଭାରତୀୟ କାରିଗରି ସହ ସଜ୍ଜିତ କରାଯାଇଛି। ସାଇଡ ଗେଦର କୁର୍ତ୍ତାଠାରୁ ଲେୟାର୍ଡ଼ କୁର୍ତ୍ତା, କୋ-ଅର୍ଡ଼ ସେଟ୍‌ ଏବଂ ଏଥିନିକ୍‌ ପୋଷାକ ପର୍ଯ୍ୟନ୍ତ ପ୍ରତ୍ୟେକଟି ଏକ ଉନ୍ନତ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ ହୋଇଛି। ଏଣ୍ଟିକ ମେଟାଲିକ ଲୁକ୍‌କୁ ସମସାମୟିକ ଡିଜାଇନ ସହ ମିଳିତ ଭାବେ ଡିଜାଇନ କରାଯାଇଛି।
ଉତ୍ସବର ଶପିଂକୁ ଆହୁରି ରୋମାଞ୍ଚକର କରିବା ପାଇଁ ଟ୍ରେଣ୍ଡ୍‌ସର ନୂତନ କଲେକ୍ସନରେ ବିଶେଷ ରିହାତି ପ୍ରଦାନ କରାଯାଉଛି। ଆପଣ ଷ୍ଟୋର କିମ୍ବା ଅନ୍‌ଲାଇନ ଶପିଂ କରନ୍ତୁ, ଆପଣ ଅଫରଗୁଡିକର ଲାଭ ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଫଳରେ ଭାରତରେ ସୁନା ଦର ସର୍ବୋଚ୍ଚ ସ୍ତରରେ...

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି...

ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ...

ଇଣ୍ଡିଆ ପୋଷ୍ଟ ସହ ଆମାଜନ୍‌ର ବୁଝାମଣା

ନୂଆଦିଲ୍ଲୀ,୫।୧୦: ଇଣ୍ଡିଆ ପୋଷ୍ଟ ଏବଂ ଆମାଜନ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆମାଜନ୍‌ ଟ୍ରାନ୍ସପୋର୍ଟେଶନ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଡିପାର୍ଟମେଣ୍ଟ ଅଫ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri