Categories: ବାଣିଜ୍ୟ

ଲାଇଫ୍‌ଷ୍ଟାଇଲରେ ଅଟମ୍‌-ଓ୍ବିଣ୍ଟର କଲେକ୍ସନ

ଭୁବନେଶ୍ୱର,୧।୯: ଦେଶର ପ୍ରମୁଖ ଫ୍ୟାଶନ ପ୍ରତିଷ୍ଠାନ ଲାଇଫ୍‌ଷ୍ଟାଇଲ ପକ୍ଷରୁ ଅଟମ୍‌-ୱିଣ୍ଟର କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏହି କଲେକ୍ସନରେ ଫ୍ୟାଶନ-ଫର୍‌ୱାର୍ଡ ଓ କଣ୍ଟେମ୍ପରାରି ପିସ୍‌ ଆଦି ସାମିଲ ରହିଛି। ଏପରିକି ଉକ୍ତ କଲେକ୍ସନରେ ପାଷ୍ଟେଲ୍‌ ଓ ପେଣ୍ଟର୍‌ଲି ଫ୍ଲୋରାଲରେ ଏକ ନୂଆ ରେଞ୍ଜର ଟ୍ରେଣ୍ଡି ଓ କଣ୍ଟେମ୍ପରାରି ଏଥ୍‌ନିକ୍‌ ୱେର ରହିଛି। ଏହା ଭାରତୀୟ ଡିଜାଇନର ସ୍ପେସ୍‌ରୁ ଅନୁପ୍ରାଣିତ ହୋଇଛି, ଯାହା ଚଳିତ ଋତୁରେ ଆପଣଙ୍କର ପାର୍ବଣଗୁଡିକୁ ଗ୍ଲାମ୍‌ ଅପ୍‌ କରିବ। ଏହି ନୂଆ କଲେକ୍ସନ ଉଭୟ ପୁରୁଷ ଓ ମହିଳା ପୋଷାକ ବର୍ଗରେ ସ୍ବତନ୍ତ୍ର ଓ କଣ୍ଟେମ୍ପରାରି ଟ୍ରେଣ୍ଡଗୁଡିକର ପ୍ରତିଶ୍ରୁତି ଦେଉଛି। ମହିଳା ଶପରମାନେ ନିଶ୍ଚିତ ରୂପେ ରୋଚକପୂର୍ଣ୍ଣ ସିଲ୍‌ହୌଟେ ଥିବା ପପ୍‌ ଡ୍ରେସ୍‌ଗୁଡିକ ଦ୍ୱାରା ଆନନ୍ଦିତ ହେବେ ଏବଂ ଅମ୍ବ୍ରେ ସିକ୍ୱିନ୍‌ସ, ମେଟାଲିକ୍‌ ଟ୍ରିମ୍‌ ଓ କୋର୍‌ସେଟ୍‌ ସହ ଚିକ୍‌ ପାର୍ଟିୱେରକୁ ହାସଲ କରିପାରିବେ। ସେହିଭଳି ପୁରୁଷଙ୍କ ପାଇଁ ଏଠାରେ ରିଫ୍ଲେକ୍ଟିଭ୍‌ ପ୍ରିଣ୍ଟ୍‌ ଓ ଇଣ୍ଟରାକ୍ଟିଭ୍‌ ଟେକ୍ସଟ୍‌ ସହ ଟି ରହିଛି, ଯାହାକୁ ପପ୍‌ ଗ୍ରାଫିକ୍ସ ସହ ସ୍କେଟର ଷ୍ଟାଇଲ୍‌ ଜିନ୍ସ ସହ ଷ୍ଟାଇଲିଶ୍‌ ଭାବେ ପେୟାର କରାଯାଇପାରିବ।
ଏ ସମ୍ପର୍କରେ ଲାଇଫ୍‌ଷ୍ଟାଇଲର ମାର୍କେଟିଂ ବିଭାଗର ଆସିଷ୍ଟାଣ୍ଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ରୋହିଣୀ ହାଲ୍‌ଡିଆ କହିଛନ୍ତି, ଲାଇଫ୍‌ଷ୍ଟାଇଲରେ ଆମେ ପ୍ରତ୍ୟେକ ସିଜନ୍‌ ସହ ବିକଶିତ ହେବା ଓ ଆମର କଲେକ୍ସନକୁ ଉନ୍ନତ କରିବାରେ ବିଶ୍ୱାସ ରଖିଥାଉ। ଆମର ନୂଆ ଅଟମ୍‌/ୱିଣ୍ଟର୍‌ କଲେକ୍ସନ ବିଭିନ୍ନ ଟ୍ରେଣ୍ଡ ସହ ଫ୍ୟାଶନ ପରିମାଣକୁ ବୃଦ୍ଧି କରୁଛି। ଏହା ଆମ ଉପଭୋକ୍ତାଙ୍କୁ ଏହି ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟଗୁଡିକୁ ବାଧାହୀନ ଭାବେ ପ୍ରଦର୍ଶିତ କରିବାକୁ ଅନୁପ୍ରାଣିତ କରିବ। ନୂଆ କଲେକ୍ସନର ଶୁଭାରମ୍ଭ ସହ ଆମେ ଆମର ଗ୍ରାହକଙ୍କୁ ଆମର ଷ୍ଟୋର୍‌ ଓ ଅନ୍‌ଲାଇନରେ ଏହି କଲେକ୍ସନକୁ ଏକ୍ସପ୍ଲୋର୍‌ କରିବା ପାଇଁ ଆମନ୍ତ୍ରିତ କରୁଛୁ।

Share