Categories: ଜାତୀୟ

କୁପଓ୍ବାରାରେ ହିମସ୍ଖଳନ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲାରେ ହିମସ୍ଖଳନରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ବୁଧବାର କୁହାଯାଇଛି। ମଙ୍ଗଳବାର ରାତ୍ର ୮ଟାରେ ତଙ୍ଗଧଶଣ ନିକଟରେ ଥିବା ରୋଶନ ପୋଷ୍ଟଠାରେ ହିମସ୍ଖଳନ ହୋଇଥିଲା। ବରଫ ତଳେ ଯବାନମାନେ ଚାପି ହୋଇ ରହିଯାଇଥିଲେ। ପରେ ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

Share