Categories: ଜାତୀୟ

ଚାମୋଲିରେ ହିମସ୍ଖଳନ: ବହୁ କ୍ଷୟକ୍ଷତି ଆଶଙ୍କା

ଜୋଶୀମଠ, ୭।୨: ଉତ୍ତରାଖଣ୍ଡ ଚାମୋଲି ଜିଲାର ଜୋଶୀମଠ ଅଞ୍ଚଳର ତପୋବନସ୍ଥିତ ରେଣି ଗାଁଠାରେ ଥିବା ହିମସ୍ଖଳନ ହୋଇଛି। ଏଥିରେ ଋଶିଗଙ୍ଗା ବିଦ୍ୟୁତ୍‌ ପ୍ରୋଜେକ୍ଟରେ ବହୁ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ଏନ୍‌ଟିପିସି ପ୍ରକଳ୍ପର ମଧ୍ୟ କ୍ଷତି ଘଟିଛି। ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି। ହଠାତ୍‌ ହିମସ୍ଖଳନ ପରେ ଧୌଳିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ନଦୀକୂଳ ଗାଁଗୁଡ଼ିକ ଖାଲି କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ବଢ଼ନ୍ତା ନଦୀର ଜଳସ୍ରୋତରେ ନଈକୂଳରେ ବାସ କରୁଥିବା କେତେକ ଲୋକ ଭାସି ଯାଇଛନ୍ତି। ୧୫୦ରୁ ଅଧିକ ଲୋକ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରୋଜେକ୍ଟରେ କାମ କରୁଥିବା ୪୦ରୁ ୫୦ ଶ୍ରମିକଙ୍କ ସନ୍ଧାନ ଜାରି ରହିଛି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ଜିଲାପାଳ, ଏସ୍‌ପି ଏବଂ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଟିବିପି ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

Share