ନେପାଳରେ ହିମସ୍ଖଳନ: ୮ ଜଣ ବରଫ ତଳେ ରହିଥିବା ଆଶଙ୍କା…

କାଠମାଣ୍ଡୁ,୨।୫ : ନେପାଳର ଦାର୍ଚୁଲା ଜିଲାରେ ହିମସ୍ଖଳନ ଘଟିଛି। ଏହି ଘଟଣାରେ ୮ ଜଣ ବରଫ ତଳେ ରହିଥିବାର ଆଶଙ୍କା ରହିଛି। ପୋଲିସ କହିଛି, ସେମାନଙ୍କର ସନ୍ଧାନ ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ସହିତ ସଶସ୍ତ୍ର ପୋଲିସ ଫୋର୍ସର ଟିମ ନିୟୋଜିତ ହୋଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଡେପୁଟି ପୋଲିସ ଅଧୀକ୍ଷକ ଶୈଲେନ୍ଦ୍ର ଥାପା କହିଛନ୍ତି ନିଖୋଜ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share