Categories: ଜାତୀୟ

ଜମ୍ମୁ-କଶ୍ମୀରର ୧୨ ଜିଲାରେ ହିମସ୍ଖଳନ ସମ୍ଭାବନା,ସତର୍କ ରହିବାକୁ ପରାମର୍ଶ

ଶ୍ରୀନଗର,୧୦।୨: ଜମ୍ମୁ-କଶ୍ମୀରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହିମସ୍ଖଳନ ହେବାର ସମ୍ଭାବନା ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏନେଇ ଚେତାବନୀ ଜାରି କରିଛି। ରାଜ୍ୟର ଅନନ୍ତନାଗ, ବାରାମୁଲ୍ଲା, ଗାଣ୍ଡରବାଲ, ଡୋଡା, ରାଜୈରୀ ଏବଂ ପୁଞ୍ଚ ସମେତ ୧୨ଟି ଜିଲାରେ ହିମସ୍ଖଳନ ହୋଇପାରେ। ତେଣୁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Share