ଭଦ୍ରକ ଅଫିସ,୪।୧୧:ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଉପନିର୍ବାଚନ ପାଇଁ ଗୁରୁବାର ଭୋଟ ଦେବାକୁ କଁାପଡ଼ା ମତଦାନ କେନ୍ଦ୍ରକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ବିଜେଡିର ଶଙ୍ଖ ଚିହ୍ନ ପୋଷ୍ଟର ଲାଗିଥିବା ଗାଡ଼ିରେ ସେ ବୁଥ୍କୁ ଆସିଥିବାରୁ ବିବାଦ ଦେଖାଦେଇଛି। ଅବନ୍ତୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିରୋଧୀମାନେ ଅଭିଯୋଗ ଆଣିଥିଲେ। ବୁଥ୍ରେ ଉପସ୍ଥିତ ପୋଲିସ ଉକ୍ତ ଗାଡ଼ିକୁ ବାହାରକୁ ନେବାକୁ କହିଥିଲେ। ପରେ ଡ୍ରାଇଭର ଗାଡ଼ିକୁ ୧୦୦ ମିଟର ଦୂରକୁ ନେଇଯାଇଥିଲେ। ଅନ୍ୟପଟେ ଅବନ୍ତୀ କହିଛନ୍ତି, ଗାଡ଼ିରେ ପୂର୍ବରୁ ପୋଷ୍ଟର ଲାଗିଥିଲା। ସେ ସେହି ଗାଡ଼ିରେ ଭୋଟ୍ ଦେବାକୁ ପଳାଇ ଆସିଛନ୍ତି। ତେବେ ଆଚରଣ ବିଧି ଉଲ୍ଲଂଘନ ନେଇ ତାଙ୍କର କୌଣସି ଉଦ୍ଦେଶ୍ୟ ନ ଥିଲା।