ଦର୍ଶକଙ୍କୁ ଝଟ୍‌କା: ଚେନ୍ନାଇରେ ରିଲିଜ୍‌ ହେଲାନି ‘ଅବତାରଦ ଓ୍ବେ ଅଫ୍‌ ଓ୍ବାଟର’

ଚେନ୍ନାଇ,୧୬।୧୨: ବିଶ୍ୱବ୍ୟାପି ଯେଉଁ ଫିଲ୍ମକୁ ବହୁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରି ରହିଥିଲେ ଶେଷରେ ଶୁକ୍ରବାର ହଲ୍‌ରେ ଏହା ରିଲିଜ୍‌ ହୋଇଛି। ‘ଅବତାର: ଦ ଓ୍ବେ ଅଫ୍‌ ୱାଟର’ର ପ୍ରଥମ ଭାଗକୁ ଯେପରି ଭଲ ପାଇବା ମିଳିଥିଲା, ବର୍ତ୍ତମାନ ୧୩ ବର୍ଷ ପରେ ଏହାର ଦ୍ୱିତୀୟ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ହାଇ ଲେବଲ୍‌ କ୍ରେଜ ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଚେନ୍ନାଇର ଦର୍ଶକଙ୍କ ପାଇଁ ଏକ ଦୁଃଖଦ ଖବର। କାରଣ ଏହି ଫିଲ୍ମକୁ ଅନେକ ଲୋକପ୍ରିୟ ହଲ୍‌ରେ ରିଲିଜ କରାଯାଇନାହିଁ। ଥିଏଟରର ମାଲିକମାନେ ନିଜେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ଫିଲ୍ମ ରିଲିଜ୍‌ ନ ହେବା ନେଇ ସେମାନେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଜିଏସ ସିନେମାର ସିଇଓ ଅର୍ଚ୍ଚନା କଲପତି ଟୁଇଟ କରି କହିଛନ୍ତି ଯେ, ଆମକୁ ଦିଆଯାଇଥିବା ସର୍ତ୍ତାବଳୀରେ ସହମତ ନ ହେବାରୁ ଏହାକୁ ଚେନ୍ନାଇର ଅନେକ ଫିଲ୍ମ ହଲ୍‌ରେ ରିଲିଜ୍‌ କରାଯାଇନାହିଁ। ତେବେ ବଡ଼ ପରଦାରେ ଏହି ଫିଲ୍ମକୁ ନ ଦେଖିବାର ଦୁଃଖ ନିଶ୍ଚିତ ରହିବ ବୋଲି ଅର୍ଚ୍ଚନା କହିଛନ୍ତି।

Share