Categories: ଫୁରସତ

ରାସ୍ତାରେ ପଡ଼ିଥିଲା ୧୦୦ ଟଙ୍କିଆ ନୋଟ, ଉଠାଇବା ପରେ ବ୍ୟକ୍ତି ଯାହା ଦେଖିଲେ…

ଯଦି ରାସ୍ତାରେ ଟଙ୍କା ପଡ଼ିଥିବା କିଏ ଦେଖନ୍ତି, କେହିବି ଏହାକୁ ଅଣଦେଖା କରନ୍ତି  ନାହିଁ। ଯେ କେହି  ଏହାକୁ   ଉଠାଇଥାନ୍ତି। ବହୁତ୍‌ କମ୍‌  ଲୋକ ଅଛନ୍ତି  ଯେ,  ଏହାକୁ ଦେଖି ନ ଦେଖିଲା ପରି ଚାଲିଯାନ୍ତି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ବିଜ୍ଞାପନ ପାଇଁ ମଣିଷର ମାନସିକତାକୁ ବ୍ୟବହାର କରିଛନ୍ତି। ତେବେ ଏହା କିପରି    କରାଯାଇଥିଲା ଭିଡିଓ ଦେଖି ଜାଣିପାରିବେ।
କାଗଜର ଗୋଟିଏ ପାର୍ଶ୍ୱରେ ୧୦୦ ଟଙ୍କିଆ ନୋଟ ଛପାଯାଇଥିଲା।  ଅନ୍ୟପଟେ ଏକ କାଫେର ବିଜ୍ଞାପନ ଥିଲା। ପରେ ବ୍ୟକ୍ତିଜଣଙ୍କ କାଗଜକୁ  ରାସ୍ତାରେ ଫିଙ୍ଗି ଦେଇଥିଲେ।  ଯେପରି ଏହା ୧୦୦ ଟଙ୍କିଆ ନୋଟ ପରି ଦେଖାଯାଉଥିଲା।
ଯେତେବେଳେ ଜଣେ ବ୍ୟକ୍ତି ସେହି କାଗଜ ଦେଖନ୍ତି, ସେତେବେଳେ ସେ ଏହାକୁ ୧୦୦ ଟଙ୍କିଆ ନୋଟ ଭାବି ଉଠାଇଥିଲେ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ୧୦୦ ଟଙ୍କିଆ ନୋଟ  ସୁନ୍ଦର ଭାବେ ଗୁଡ଼ାଯାଇ  ରାସ୍ତାରେ ପଡ଼ିଥିଲା। ବ୍ୟକ୍ତି ଜଣଙ୍କ ଏହାକୁ ଟଙ୍କା   ଭାବି ଉଠାଇଥିଲେ। ପରେ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ  କାଗଜର ଏକ ପାଖରେ ୧୦୦ ଟଙ୍କିଆ ନୋଟର ଦୃଶ୍ୟ ଅନ୍ୟପାଖେ ଏକ କାଫେର ବିଜ୍ଞାପନ ଥିଲା। ବିଜ୍ଞାପନର ଏହି କୌଶଳ ନୋଟ ଲୋଭରେ ଲୋକ  ପଢ଼ିବାକୁ ବାଧ୍ୟ ହେବେ। ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି।
Share