ନୂଆଦିଲ୍ଲୀ,୧୯ ।୯: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମି ଆସୁଥିବା ବେଳେ ଜୀବନଯାତ୍ରା ସାଧାରଣ ହେବାକୁ ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ଏବେ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି କରିବାକୁ ଯାଉଛି । ବିମାନ ଚଳାଚଳ ମନ୍ତ୍ରଣାଳୟ ଶନିବାର ସୂଚନ ଦେଇଛି କି ଘରୋଇ ଉଡାଣ ତା’ର ୧୨ ଅଗଷ୍ଟରେ ଜାରି କରିଥିବା ନିର୍ଦ୍ଦେଶରେ ପରିବର୍ତ୍ତନ କରିଛି । ପୂର୍ବରୁ ୭୨.୫ ପ୍ରତିଶତ ଯାତ୍ରୀ ବିମାନ ଯାତ୍ରା କରିବାକୁ ଅନୁମତି ଥିବା ବେଳେ ଏବେ ଏହାକୁ ୮୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।