ବିକ୍ରମ ଭଟ୍ଟଙ୍କ ଫିଲ୍ମରୁ ବଲିଉଡ ଏଣ୍ଟ୍ରି କରିବେ ଅଭିକା

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ଅଭିକା ଗୋର ଖୁବ୍ କମ୍ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ବାଳିକା ବଧୂ’ ଧାରାବାହିକ ମାଧ୍ୟମରେ ସେ ଘରେ ଘରେ ପରିଚତ ହୋଇଯାଇଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ବଡ ବଡ ଧାରାବାହିକରେ କାମ କରିଥିଲେ । କେବଳ ସେତିକି ନୁହେଁ ସାଉଥ୍ ଇଣ୍ଡଷ୍ଟ୍ରିରେ ବି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଲେଣି ଅଭିକା । ଏବେ ସେ ବଲିଉଡରେ ଏଣ୍ଟ୍ରି କରିବାକୁ ସଜବାଜ ହେଲେଣି । ଅଭିନେତ୍ରୀ ତାଙ୍କ ଗ୍ଲାମରସ ଅନ୍ଦାଜର ଜଲୱା ବଲିଉଡରେ ଦେଖାଇବେ । ଅଭିକା ଏବେ ବିକ୍ରମ ଭଟ୍ଟଙ୍କ ଫିଲ୍ମରେ କାମ କରିବାକୁ ରେଡି ହାଇ ଗଲେଣି । ଏ ସମ୍ପର୍କରେ ନିଜେ ବିକ୍ରମ ଭଟ୍ଟ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ବିକ୍ରମ ଭଟ୍ଟ ସୋସିଆଲ ମିଡିଆରେ ମହେଶ ଭଟ୍ଟ ଓ ଅଭିକାଙ୍କ ଏକ ଫଟୋ ଶେୟାର କରିଛନ୍ତି । ଏହାସହ କ୍ୟାପଶନରେ ବିକ୍ରମ ଲେଖିଛନ୍ତି, ୧୯୨୦ ମୋ ଜୀବନରେ ନୂଆ ଚାପ୍ଟର ଆରମ୍ଭ କରିଛି । ୧୯୨୦ରେ ସେଟ କରାଯାଇଥିବା ଆଉ ଏକ ଫିଲ୍ମ ଇଣ୍ଡଷ୍ଟିକୁ ଆସିବ । ଟ୍ୟାଲେଣ୍ଟେଡ ଅଭିକା ଓ ନିର୍ଦ୍ଦେଶକ କୃଷ୍ଣା ଭଟ୍ଟ, ୧୯୨୦ ହରର ଅଫ୍ ଦ ହାର୍ଟକୁ ମୋର ମେଣ୍ଟର ତଥା ଗୁରୁ ମହେଶ ଭଟ୍ଟ ଲେଖିଛନ୍ତି । ଏଥର ମୁଁ ପ୍ରଯୋଜନା ଭାର ନେଇଛି । ଏହାପରେ ଅଭିନେତ୍ରୀଙ୍କୁ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ତାଙ୍କ ଡେବ୍ୟୁକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି ।

Share