ସଲମାନଙ୍କ ଫିଲ୍ମରୁ ଅବିକା ଆଉଟ୍ ମହିମା ଇନ୍‌

ମୁମ୍ବାଇ: ଟେଳିଭିଜନ ଧାରାବାହିକ ବାଳିକା ବଧୂ ଫେମ୍ ଅବିକା ଗୋର୍‌ଙ୍କ ଭାଗ୍ୟରେ ସତେ ଯେମିତି ତାଲା ପଡିଛି । ନିକଟରେ ଶୁଣିବାକୁ ମିଳିଥିଲା କି ସେ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ’ରେ ନଜର ଆସିବେ । ହେଲେ ଏବେ ଜଣାପଡିଛି ଯେ ସେ ଏଥିରେ କାମ କରିବେ ନାହିଁ । ପୁଣିଥରେ ତାଙ୍କ ହାତରୁ ଖସି ଯାଇଛି ଏହି ଗୋଲଡେନ୍ ଅଫର୍ । ଶୁଣିବାକୁ ମିଳିଥିଲା କି ଏହି ଫିଲ୍ମରେ ଅଭିନୟ କରିବାକୁ ଅବିକା ଖୁବ୍ ଏକ୍ସରସାଇଜ୍ କରି ଓଜନ କମାଇଥିଲେ । ଏହାସହ ଏଥିରେ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଅପୋଜିଟରେ ସେ ନଜର ଆସିଥାଆନ୍ତେ । ଆୟୁଷ ଏଥିରେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଆସୁଛନ୍ତି । ହେଲ ଏବେ ଫିଲ୍ମର ନିର୍ଦ୍ଦେଶକ ମହେଶ ମଞ୍ଜରେକର ଏକ ୱେବ ପୋର୍ଟାଲରେ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି, ଅବିକା ଏହି ଫିଲ୍ମରେ ନଜର ଆସିବେ ନାହିଁ । ଆୟୁଷଙ୍କ ଅପୋଜିଟରେ ଧାରାବାହିକ ‘ସପନେ ସୁହାନେ ଲଡକପନ’ ନାୟିକା ମହିମା ମକୱାନାଙ୍କୁ ଲଞ୍ଚକରାଯିବ । ଏହାସହ ମହେଶ ମଞ୍ଜରକରଙ୍କ ଝିଅ ସଇ ମଞ୍ଜରେକର ପୁଣିଥରେ ଏହି ଫିଲ୍ମରେ ସଲମାନଙ୍କ ସହ ନଜର ଆସିବେ । ‘ଦବଙ୍ଗ-୩’ ମାଧ୍ୟମରେ ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ ।

Share