ବିବାହ ବନ୍ଧନରେ ଅବିକା !

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୌର। ‘ବାଳିକା ବଧୁ’, ‘ସସୁରାଲ ସିମର କା’ ଧାରାବାହିକରେ କାମ କରି ଘରେ ଘରେ ପରିଚିତ ହୋଇଥିଲେ ଅବିକା। ଏବେ ସେ ଏତେ ବଡ଼ ହୋଇଗଲେଣି ଯେ ବିବାହ କରିନେଇଛନ୍ତି। ଅଭିନେତା ଆଦିଲ ଖାନ୍‌ଙ୍କ ଚର୍ଚ୍ଚରେ ବିବାହ କରୁଥିବା ବେଳର କିଛି ଫଟୋ ଏବେ ଭାଇରାଲ ହେଉଛି। ସାମାଜିକ ଗଣମାଧ୍ୟମରେ ଅବିକାଙ୍କ ପ୍ରଶଂସକ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଅବିକାଙ୍କ ଫଟୋ ଦେଖିବା ପରେ ଅବିତାଙ୍କୁ ଲୋକେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଥିଲେ। ଘଟଣା କ’ଣ ସେ ବିଷୟରେ ଅନୁଧ୍ୟାନ କରିବା ପରେ ବିବାହଟି ଏକ ଗୀତ ପାଇଁ ବୋଲି ଜଣାପଡ଼ିଛି। ଆଗାମୀ ଦିନରେ ଅବିକାଙ୍କ ଗୀତ ‘କାଦିଲ’ ରିଲିଜ ହେବାକୁ ଯାଉଛି। ଏଥିରେ ଆଦିଲ ଅଛନ୍ତି। ଫଟୋଗୁଡ଼ିକ ଏହାର ଶୁଟିଂ ସମୟର। ସେଥିରେ ଉଭୟ ଆଖିରେ ଆଖି ମିଶାଇ ବିବାହର ମନ୍ତ୍ର ପଢ଼ୁଥିବା ଦେଖାଯାଇଛି। ଗୀତର ଝଲକ ଦେଖିବା ପରେ ପ୍ରଶଂସକ ଏହାର ରିଲିଜକୁ ଅପେକ୍ଷା କରିଥିବା ପ୍ରତିକ୍ରିୟାରେ କହୁଛନ୍ତି।

ଗତବର୍ଷ ଅବିକା ରୋଡିଜ୍‌ ୧୭ର ପ୍ରତିଯୋଗୀ ମିଲିନ୍ଦ ଚନ୍ଦଓ୍ବାନୀଙ୍କୁ ଡେଟ୍‌ କରୁଥିବା ନେଇ ପ୍ରଶଂସକଙ୍କୁ ଜଣାଇଥିଲେ। ସେ ଉଭୟଙ୍କ ଫଟୋ ଶେୟାର କରି ନିଜର ସମ୍ପର୍କ ବିଷୟରେ କହିଥିଲେ।

Share