Categories: ଖେଳ

ଅଭିନାଶ-ଅଂଶିକାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୭।୩ (କ୍ରୀଡ଼ା ପ୍ରତିନିଧି): ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ରୋଇଂ ଚାମ୍ପିୟନଶିପ୍‌ରେ କିଟ୍‌ର ଅଭିନାଶ କୌର ଓ ଅଂଶିକା ଭାରତୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅଭିନାଶ ଓ ଅଂଶିକାଙ୍କୁ ନେଇ ଗଠିତ କିଟ୍‌ ବିଶ୍ୱବିଦ୍ୟାଳୟ ଦଳ ସୋମବାର ଅନୁଷ୍ଠିତ ମହିଳା ୨୦୦୦ ମିଟର ଡବ୍ଲ୍ୟୁ୨ଏକ୍ସ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି। ଅଭିନାଶ (ପ୍ରଥମ ବର୍ଷ ସ୍ନାତକ ସମାଜବିଜ୍ଞାନ) ଓ ଅଂଶିକା (ଦ୍ୱିତୀୟ ବର୍ଷ ସ୍ନାତକ ସମାଜବିଜ୍ଞାନ) ସମ୍ପ୍ରତି ସ୍ପୋଟର୍‌ସ କୋଟାରେ କିଟ୍‌ରେ ଅଧ୍ୟୟନରତ। ଦୁହେଁ ଜଗତପୁରସ୍ଥିତ ସାଇ ଏନ୍‌ସିଓଇ (ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି)ରେ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୋଚ୍‌ ଇନ୍ଦରପାଲ ସିଂଙ୍କଠାରୁ ଟ୍ରେନିଂ ନେଉଛନ୍ତି। ସ୍ବର୍ଣ୍ଣିମ ସଫଳତା ପାଇଥିବାରୁ ଅଭିନାଶ, ଅଂଶିକା ଓ ତାଙ୍କ କୋଚ୍‌ ଇନ୍ଦରପାଲଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

Share