ହାଙ୍ଗଝୋ,୧।୧୦: ଭାରତର ତାରକା ଆଥଲେଟ ଅବିନାଶ ସାବ୍ଲେ ଇତିହାସ ସୃଷ୍ଟି କରିଛନ୍ତି। ସେ ହାଙ୍ଗଜୋ ଏସିଆନ ଗେମ୍ସରେ ୩୦୦୦ ମିଟର ଷ୍ଟିପଲ୍ଚେଜ୍ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଏହା ହେଉଛି ପ୍ରଥମ ସ୍ବର୍ଣ୍ଣ। ୧୯୫୧ ମସିହାରେ ଏସୀୟ ଗେମ୍ସ ଆରମ୍ଭ ହୋଇଥିଲା ଏବଂ ସେହି ଦିନଠାରୁ ୩୦୦୦ ମିଟର ଷ୍ଟିପ୍ଲେଚେଜ୍ (ପୁରୁଷ) ପ୍ରତିଯୋଗିତା ଆରମ୍ଭ ହୋଇଥିଲା, କିନ୍ତୁ ଭାରତର କୌଣସି ଆଥଲେଟ ଏଥିରେ ସ୍ବର୍ଣ୍ଣ ଜିତି ନ ଥିଲେ। ଅବିନାଶ ଏହି ଅପେକ୍ଷାକୁ ସମାପ୍ତ କରିଥିଲେ।
କମନୱେଲଥ ଗେମ୍ସ ଇତିହାସରେ ୩୦୦୦ ମିଟର ଷ୍ଟିପଲ୍ଚେଜ (ପୁରୁଷ) ରେ ଅବିନାଶ ଭାରତର ପ୍ରଥମ ପଦକ ବିଜେତା । ସେ ୨୦୨୨ରେ ବର୍ମିଂହାମରେ ରୌପ୍ୟ ପଦକ ଜିତିଥିଲେ।