Categories: ଖେଳ

ବାଲାଂଦେଶ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ନୂଆଦିଲ୍ଲୀ,୨୩।୧୧: ଟିମ୍‌ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ନିକଟରେ ଉଭୟ ଦଳ ମଧ୍ୟରେ ଟି୨୦ ସିରିଜ ଶେଷ ହୋଇଥିବା ବେଳେ ଦିନିକିଆ ସିରିଜ ଖେଳିବା ବାକି ରହିଛି। ଏହି ସିରିଜ ପରେ ଭାରତୀୟ କ୍ରିକେଟ ଟିମ୍‌ ବାଲାଂଦେଶ ଗସ୍ତ କରିବ। ଉକ୍ତ ସିରିଜରେ ବିଶ୍ରାମ ନେଇଥିବା ବରିଷ୍ଠ ଖେଲାଳିମାନେ ଯୋଗ ଦେବେ। ଏସବୁ ମଧ୍ୟରେ ଭାରତୀୟ ଟିମ୍‌କୁ ବଡ ଝଟ୍‌କା ଲାଗିଛି। ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏଯାବତ ଫିଟ୍‌ ହୋଇ ନାହାନ୍ତି। ଏଣୁ ସେ ବାଲାଂଦେଶ ଗସ୍ତରୁ ମଧ୍ୟ ବାଦ ପଡ଼ିପାରନ୍ତି।

ଡିସେମ୍ବର ୧୪ରୁ ବାଲାଂଦେଶ ବିପକ୍ଷରେ ୨ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳାଯିବ। ଏଥିରେ ଜାଡେଜା ଖେଳିବା ସମ୍ଭବ ନୁହେଁ ବୋଲି କୁହାଯାଉଛି। ଏହି ସିରିଜ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଜାଡେଜା ବାଦ ପଡ଼ିବା ଦଳ ପାଇଁ ଝଟ୍‌କା ବୋଲି କୁହାଯାଉଛି।

ଏସିଆ କପ୍‌ ୨୦୨୨ ସମୟରେ ଜାଡେଜାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ଟୁର୍ନାମେଣ୍ଟ ଅଧାରୁ ବାହାର ହୋଇଯାଇଥିଲେ। ଏହାପରେ ଅନୁଷ୍ଠିତ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ସେ ସାମିଲ ହୋଇ ନ ଥିଲେ। ନ୍ୟୁଜିଲାଣ୍ଡ ସିରିଜ ଏବଂ ଏବେ ବାଲାଂଦେଶ ସିରିଜରୁ ମଧ୍ୟ ସେ ବାଦ୍‌ ପଡ଼ିଛନ୍ତି।

Share