ଆଉ ଏକୁଟିଆ ନାହାନ୍ତି ଅବନୀତ, ପଡ଼ିଛନ୍ତି ଏହି ହ୍ୟାଣ୍ଡସମ୍‌ଙ୍କ ପ୍ରେମରେ…

ବମ୍ବେ: କଥାରେ ଅଛି ଯେତେ ଲୁଚାଇଲେ ବି ସତ କେବେ ଲୁଚି ରହେନା। ସେଭଳି କିଛି ଘଟିଛି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌରଙ୍କ କ୍ଷେତ୍ରରେ। ସେ ଦୀର୍ଘଦିନରୁ ନିଜ ପ୍ରେମ ସମ୍ପର୍କକୁ ଲୁଚାଇ ଆସୁଥିଲେ। ହେଲେ ଏବେ ତାହା ଏକପ୍ରକାର ସ୍ପଷ୍ଟ ହୋଇଛି।

୨୦ ବର୍ଷୀୟ ଅବନୀତ ପ୍ରଯୋଜକ ରାଘବ ଶର୍ମାଙ୍କୁ ଡେଟ୍‌ କରୁଛନ୍ତି। ଗତ ୩ରୁ ୪ ବର୍ଷ ହେଲାଣି ଉଭୟ ପ୍ରେମରେ ଥିଲେ ହେଁ ଏକଥା ସମସ୍ତଙ୍କୁ ଲୁଚାଇ ଆସୁଛନ୍ତି। କୁହାଯାଉଛି, ସୋସିଆଲ ମିଡିଆ ଜରିଆରେ ଉଭୟ ପରସ୍ପରକୁ ଭେଟିଥିଲେ। ଏବେ ଏହାକୁ ଅନେକ ଦିନ ବିତି ଗଲାଣି। ପ୍ରଫେସନାଲ ଜୀବନ କାରଣରୁ ତାଙ୍କୁ ସମ୍ପର୍କକୁ ଲୁଚାଇ ରଖିବାକୁ ପଡୁଛି।

ରାଘବ ‘ମ୍ୟୁଜିକ୍‌ ଲେବଲ୍‌’ କମ୍ପାନୀ ନାମକ ପ୍ରଯୋଜନା ସଂସ୍ଥା ସହ ଜଡ଼ିତ। ଅବନୀତ ଏହି ସଂସ୍ଥା ଅଧୀନରେ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି। ଏଥିଲାଗି ନିଜ ଡେଟିଂ ଲାଇଫ୍‌କୁ ବ୍ୟକ୍ତିଗତ ରଖିବାକୁ ସେ ଚାହାନ୍ତି।

ଅବନୀତ ଏବେ ରାଘବଙ୍କ ସହ ଥାଇଲାଣ୍ଡରେ ଛୁଟି କାଟୁଛନ୍ତି। ଉଭୟଙ୍କର କିଛି ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ସେମାନେ ଗୋଟିଏ ବିମାନରେ ଯାତ୍ରା କରୁଥିବା ଦେଖାଯାଇଛି। ଏହି ଟ୍ରିପ୍‌ର କିଛି ଫଟୋ ସେମାନେ ସୋସିଆଲ ଆକାଉଣ୍ଟରେ ଶେୟାର କରୁଥିଲେ ହେଁ ଏକାଠି ଥିବା ପୋଷ୍ଟ କରିନାହାନ୍ତି।

Share