ଆଉ ଭାରତକୁ ଆସିବେ ନାହିଁ ଆମେରିକୀୟ

ଓ୍ବାଶିଂଟନ,୨୩।୪: କରୋନାର ଉଗ୍ରରୂପ ଦେଖାଦେଇଥିବା ଭାରତକୁ ନ ଯିବା ପାଇଁ ଆମେରିକୀୟ ନାଗରୀକଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। କେବଳ ଭାରତ ନୁହେଁ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଏବଂ ମାଳଦ୍ୱୀପକୁ ନ ଯିବାକୁ ସରକାରୀ ସ୍ତରରେ କୁହାଯାଇଛି। ଗୁରୁବାର ଜାରି ହୋଇଥିବା ଟ୍ରାଭେଲ ଆଡଭାଇଜରିରେ ଚାଇନା ଓ ନେପାଳ ଗସ୍ତ ପୂର୍ବରୁ ନାଗରୀକଙ୍କୁ ପୁଣିଥରେ ଚିନ୍ତା କରିବାକୁ କହିଛନ୍ତି ସରକାର। ଶ୍ରୀଲଙ୍କା ଭ୍ରମଣ ବେଳେ ନାଗରିକମାନଙ୍କୁ ଅଧିକ ସତର୍କ ରହିବାକୁ ଆଡଭାଇଜରିରେ ସ୍ପଷ୍ଟ କରାଯାଇଛି।

Share