Categories: ଜାତୀୟ

ଶୀତରେ ଆଲକହଲ୍‌କୁ ନା’ : ଆଇଏମ୍‌ଡି

ନୂଆଦିଲ୍ଲୀ,୨୬।୧୨: ଉତ୍ତର ଭାରତରେ ପ୍ରବଳରୁ ଅତି ପ୍ରବଳ ଶୀତ ପଡ଼ିପାରେ। ଏଣୁ ଘରେ କିମ୍ବା ଇୟର ଏଣ୍ଡ୍‌ ପାର୍ଟିରେ ଆଲକହଲ୍‌ ନେବା ଉଚିତ ହେବ ନାହିଁ । ଏ ନେଇ ଚେତାବନୀ ଦେଇଛି ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି)। ଉତ୍ତର ଭାରତର ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଉତ୍ତରାଞ୍ଚଳରେ ଅତି ପ୍ରବଳ ଶୀତ ଅନୁଭୁତ ହେବ ବୋଲି ଆଡଭାଇଜରି ଜାରି କରିଛି ଆଇଏମ୍‌ଡି। ଆସନ୍ତା ୨୮ ତାରିଖରୁ ଏହି ସବୁ ରାଜ୍ୟରେ ଥଣ୍ଡା, ଜ୍ୱର ଭଳି ଅତ୍ୟଧିକ ଶୀତରୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଦେଖାଦେବ।

ଆଡଭାଇଜରିରେ ଆହୁରି ଉଲ୍ଲେଖ କରାଯାଇଛି, ଆଲକହଲ୍‌ ନିଅନ୍ତୁ ନାହିଁ। ଏହା ଶରୀରର ତାପମାତ୍ରା ହ୍ରାସ କରିଥାଏ। ଘରେ ରୁହନ୍ତୁ, ଭିଟାମିନ ସି’ ଯୁକ୍ତ ଫଳ ଖାଆନ୍ତୁ ଓ ଅତ୍ୟଧିକ ଶୀତରୁ ରକ୍ଷା ପାଇବା ଲାଗି ଚର୍ମକୁ ନିୟମିତ ମଏଶ୍ଚରାଇଜ କରନ୍ତୁ ।

Share