ବେଆଇନ ଟ୍ରେଡିଂ ଆପ୍‌ଠାରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର,୧।୮(ସତ୍ୟଜିତ୍‌ ରାଉତ): ସାଇବର ଠକମାନେ ଏବେ ବିଭିନ୍ନ ଉପାୟରେ ଟଙ୍କା ଲୁଟୁଛନ୍ତି। ବିଶେଷକରି ଟ୍ରେଡିଂ ଆପ୍‌ରେ ଅଳ୍ପ ଦିନରେ ଦୁଇଗୁଣ ଅର୍ଥ ଲାଭର ପ୍ରଲୋଭନ ଦେଖାଇ ଜାଲରେ ଫଶାଉଛନ୍ତି। ଏଭଳିସ୍ଥିତିରେ ଓଡ଼ିଶା ପୋଲିସ ପକ୍ଷରୁ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମ ଯୋଗେ ସୋମବାର ସଚେତନ କରାଯାଇଛି। ଠକେଇରେ ନ ପଡ଼ିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ପୋଲିସ ପକ୍ଷରୁ ହୋଇଥିବା ପୋଷ୍ଟରେ କୁହାଯାଇଛି ଯେ, ବେଆଇନ ଟ୍ରେଡିଂ ଆପ୍‌ଠାରୁ ଦୂରେଇ ରୁହନ୍ତୁ। ଅନ୍‌ଲାଇନ ପ୍ଲାଟଫର୍ମରେ ଅଳ୍ପ ଦିନରେ ଅର୍ଥ ଦୁଇଗୁଣ ହୋଇଯିବାର ପ୍ରଲୋଭନ ଦେଖାଇ ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ଭଳି ଘଟଣା ନଜରକୁ ଆସୁଛି। ଅର୍ଥ ନିବେଶ କରିବା ପୂର୍ବରୁ ପ୍ରଥମେ ଟ୍ରେଡିଂ ଆପ୍‌ର ବିଶ୍ୱସନୀୟତାକୁ ଯାଞ୍ଚ କରନ୍ତୁ ଓ ଏ ସଂକ୍ରାନ୍ତରେ ସବୁବେଳେ ସଚେତନ ରୁହନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Share