Categories: ବାଣିଜ୍ୟ

ଭୁଲ୍‌ରେ ବି ‘ଗୁଗଲ୍‌’ରେ ସର୍ଚ୍ଚ କରନ୍ତୁ ନାହିଁ ଏସବୁ; ଜେଲ ଯିବାକୁ ପଡ଼ିପାରେ!

ନୂଆଦିଲ୍ଲୀ,୨୮।୬: ଆଜିର ଇଣ୍ଟରନେଟ୍‌ ଯୁଗରେ ଗୁଗଲ୍‌ରେ କିଏ ବା ସର୍ଚ୍ଚ ନ କରେ। ଗୁଗଲ ସର୍ଚ୍ଚ ଜରିଆରେ ଅନେକ କିଛି ତଥ୍ୟ ମିଳିଥାଏ। ଦେଶବିଦେଶର ଖବର ସାଙ୍ଗକୁ ଖାଦ୍ୟପେୟ ସମ୍ପର୍କିତ ଟିପ୍ସ ସହଜରେ ମିଳିଥାଏ। ହେଲେ ଏଭଳି କିଛି କଥା ଅଛି ଯାହାକୁ ଗୁଗଲ୍‌ରେ ସର୍ଚ୍ଚ କରିବା ଉଚିତ ନୁହେଁ। ଏପରି କଲେ ଆଇନଗତ ଅସୁବିଧା ସାଙ୍ଗକୁ ଜେଲ ମଧ୍ୟ ହୋଇପାରେ। ଜାଣିରଖନ୍ତୁ:

ଘରେ ବୋମା ପ୍ରସ୍ତୁତ କରିବାର ପ୍ରଣାଳୀ:
ବୋମା ପ୍ରସ୍ତୁତ କରିବାର ପ୍ରଣାଳୀ ଭୁଲରେ ଗୁଗଲ୍‌ରେ ସର୍ଚ୍ଚ କରନ୍ତୁ ନାହିଁ। ଏହାଦ୍ୱାରା ଆପଣ ସୁରକ୍ଷା ଏଜେନ୍ସିମାନଙ୍କର ରାଡାରରେ ଆସିଯାଇ ପାରନ୍ତି। ଏଥିପାଇଁ ଆପଣଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଚାଇଲ୍ଡ ପର୍ନ:
ଭାରତରେ ଚାଇଲ୍ଡ ପନୋଗ୍ରାଫି ଲାଗି କଠୋର ଆଇନ ରହିଛି। ଏଥିପାଇଁ ଏହି ଟର୍ମକୁ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ। ନହେଲେ ଜେଲ୍‌ ଯିବାକୁ ମଧ୍ୟ ପଡ଼ିପାରେ। କାରଣ ଏପରି କରିବା ଅପରାଧ ବୋଲି କୁହାଯାଇଛି।

ବ୍ୟାଙ୍କ କଷ୍ଟମର କେୟାର ନମ୍ବର:
ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ। ନଚେତ ଅସୁବିଧାରେ ପଡିବେ। ଅନେକ ସମୟରେ ଠକମାନେ ନିଜ ନମ୍ବରକୁ ବ୍ୟାଙ୍କ ନମ୍ବର ଭାବେ ତାଲିକାଭୁକ୍ତ କରିଥାନ୍ତି। ଏହି ନମ୍ବରରେ କଲ୍‌ କଲେ ସେମାନେ ଆପଣଙ୍କ ବିଷୟରେ ସମସ୍ତ ସୂଚନା ବାହାର କରି ଠକିବାକୁ ଚେଷ୍ଟା କରିବେ।

ଆପ୍‌ ଏବଂ ସଫ୍ଟଓ୍ବେର ଡାଉନଲୋଡ କରିବାକୁ ସର୍ଚ୍ଚ:
କେବେହେଲେ ଗୁଗୁଲ୍‌ରେ କୌଣସି ଥର୍ଡ ପାର୍ଟି ଆପ୍‌ ଜରିଆରେ ଆପ୍‌ କିମ୍ବା ସଫ୍ଟଓ୍ବୟାର ଡାଉନଲୋଡ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ଭାଇରସ ଆପଣଙ୍କ ଡିଭାଇସରେ ଇନ୍‌ଷ୍ଟଲ ହୋଇଯାଇପାରେ। ଏଣୁ ସର୍ବଦା ଅଫିସିଆଲ ଷ୍ଟୋର୍‌ରୁ ଏହାକୁ ଡାଉନ୍‌ଲୋଡ କରନ୍ତୁ।

Share