Categories: ଜାତୀୟ

ମଣିପୁର ହିଂସାଠାରୁ ଦୂରେଇ ରୁହ: ହିମନ୍ତଙ୍କୁ ଚିଦାମ୍ବରମଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୭ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ମଣିପୁରର ସ୍ଥିତି ୭ ରୁ ୧୦ ଦିନ ମଧ୍ୟରେ ସୁଧୁରିବ ବୋଲି ଶର୍ମା କହୁଛନ୍ତି, କିନ୍ତୁ ଯଦି ଭାଜପା ନେତାମାନେ ମଣିପୁର ହିଂସାରେ ଅଯଥା ଦଖଲ ନ ଦିଅନ୍ତି ଏବଂ ଦୂରେଇ ରୁହନ୍ତି ତେବେ ସମାଧାନ କାର୍ଯ୍ୟ ତ୍ୱରାନ୍ବିତ ହେବ।

ପୂର୍ବତନ ସ୍ବରାଷ୍ଟ୍ରମନ୍ତ୍ରୀ ଚିଦାମ୍ବରମ ଏହା ମଧ୍ୟ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏବଂ ଉତ୍ତର-ପୂର୍ବ ରାଜ୍ୟରେ କିଛି ମାସ ପାଇଁ ରାଷ୍ଟ୍ରପତିଙ୍କ ନିୟମ ଲାଗୁ ହେଲେ ସ୍ଥିତିରେ ସୁଧାର ଆସିପାରେ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଥିଲେ ମଣିପୁରରେ ୭-୧୦ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଚୁପଚାପ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଉତ୍ତର-ପୂର୍ବ ରାଜ୍ୟରେ ଆପେକ୍ଷିକ ଶାନ୍ତି ଥିବାବେଳେ ବିରୋଧୀ ଦଳ ଏହାର ଅଯଥା ଚିନ୍ତା ପ୍ରକଟ କରୁଛନ୍ତି। ଏକ ମାସ ପୂର୍ବରୁ ହିଂସାର ସ୍ତର କ’ଣ ଥିଲା ଏବଂ ଆଜି ଏହା କ’ଣ? ମୁଁ ଆପଣଙ୍କୁ ଏକ ଗ୍ୟାରେଣ୍ଟି ଦେଇ କହିପାରେ ଯେ ଯେଉଁଠାରେ ହିଂସା ଘଟିଛି, ପରିସ୍ଥିତିରେ ଏକ ବ୍ୟାପକ ଉନ୍ନତି ହେବ।

ଆସାମର ମୁଖ୍ୟମନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ମଣିପୁରକୁ ଶାନ୍ତି ଫେରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ମଣିପୁରର ସ୍ଥିତିରେ ସୁଧାର ଆସିପାରେ ବୋଲି ସେ କହିଛନ୍ତି। ଯଦି ଆସାମର ସିଏମ ଏଥିରେ ଦଖଲ ନ ଦେଇ ଦୂରରେ ରହିବେ ତେବେ ସ୍ଥିତିରେ ସୁଧାର ଶୀଘ୍ର ଆସିବ। ଏହା ଅନ୍ୟ ଭାଜପା ନେତାମାନଙ୍କ ପାଇଁ ମଧ୍ୟ ଲାଗୁ ହେବା ଜରୁରୀ।

ସୂଚନାଯୋଗ୍ୟ,କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରର ହିଂସାକାଣ୍ଡ ଘଟିଥିବା ଅଞ୍ଚଳ ପରିଦର୍ଶନ କରି ରିଲିଫ କ୍ୟାମ୍ପରେ ରହୁଥିବା ଲୋକଙ୍କୁ ମଧ୍ୟ ଭେଟିଥିଲେ। ଜାତିଆଣ ହିଂସାରେ ରାଜ୍ୟରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିବାବେଳେ କିଛି ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛିି।

Share