ଟଳିପାରେ ଯୁଦ୍ଧ ଆଶଙ୍କା

ମସ୍କୋ,୨୧ା୨: ୟୁରୋପ ଉପରୁ ଯୁଦ୍ଧ ଆଶଙ୍କା ଟଳିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ ଆଲୋଚନା କରିବା ପରେ ଶାନ୍ତିର ବାଟ ଫିଟିଛି । ଏହାସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳ କଥାବାର୍ତ୍ତା ପରେ ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଟଳିଯିବ ବୋଲି କୁହାଯାଉଛି। ତେବେ ରୁଷିଆ ଦାବିକୁ ଆମେରିକା ଓ ନାଟୋ ସ୍ବୀକୃତି ଦେବାକୁ ପୁଟିନ କହିଛନ୍ତି। ସେ କହିଛନ୍ତି, ୟୁକ୍ରେନକୁ ନାଟୋରେ ସାମିଲ ନ କରାଯାଉ, ପୂର୍ବ ୟୁରୋପରେ ମୁତୟନ ହୋଇଥିବା ନାଟୋ ସୈନ୍ୟ ପ୍ରତ୍ୟାହାର କରାଯାଉ ।

ଅନ୍ୟପକ୍ଷରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ରୁଷିଆ ଯୁଦ୍ଧ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ସୈନ୍ୟ, ଟ୍ୟାଙ୍କ, ଯୁଦ୍ଧବିମାନ ଆଦି ପ୍ରତ୍ୟାହାର ନ ହେବା ଯାଏ ଶାନ୍ତି ଆଶା ବୃଥା ବୋଲି ସେ କହିଛନ୍ତି।

Share