ସାମି ୭ ଉଇକେଟ୍‌ ନେବେ ବୋଲି ସ୍ବପ୍ନ ଦେଖିଥିଲେ ବ୍ୟକ୍ତି , ବର୍ତ୍ତମାନ ଭବିଷ୍ୟତବାଣୀ କରିବାକୁ…

ବିଶ୍ୱକପ୍‌ ୨୦୨୩ ସେମିଫାଇନାଲ୍‌ରେ ମହମ୍ମଦ ସାମି ୧୦ ଓଭରରେ ୫୭ ରନ୍‌ ଦେଇ ୭ଟି ଉଇକେଟ୍‌ ନେଇଥିଲେ। ଏହି ମ୍ୟାଚ୍‌ଟି ନଭେମ୍ବର ୧୫ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେରେ ଖେଳାଯାଇଥିଲା। ମାତ୍ର ନଭେମ୍ବର ୧୪ ତାରିଖ ରାତିରେ ଜଣେ ବ୍ୟକ୍ତି  ସ୍ବପ୍ନ ଦେଖିଥିଲେ ସାମି ୭ଟି ଉଇକେଟ୍‌ ନେଇଛନ୍ତି। ଏ ନେଇ ସେ  ଏକ୍ସରେ ଡନ ମ୍ୟାଟେଓ (@ DonMateo_X14) ନାମକ  ଆକାଉଣ୍ଟରେ ନଭେମ୍ବର ୧୪ ତାରିଖ ରାତି ୧ଟା ୧୪ରେ ପୋଷ୍ଟ କରିଥିଲେ।  ସେ ଲେଖିଥିଲେ ସାମି ୭ଟା ଉଇକେଟ୍‌ ନେଇଥିବା ସେ ସ୍ବପ୍ନରେ ଦେଖିଛନ୍ତି।
ତେବେ ମ୍ୟାଚ୍‌ରେ ଭାରତର ବିଜୟ ହେବା  ସହ ସାମି ୭ଟି ଉଇକେଟ୍‌ ନେଇଥିଲେ। ପରେ ବ୍ୟକ୍ତିଙ୍କ ଏହି ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଭାରତ ଫାଇନାଲ ମ୍ୟାଚ୍‌ରେ ବିଜୟ ହାସଲ କରିବ କି ନାହିଁ  ସେ ନେଇ ଭବିଷ୍ୟତବାଣୀ କରିବାକୁ  ଅନେକ ୟୁଜର୍ସ କହୁଛନ୍ତି। ଅନେକ ପଚାରନ୍ତି ବଶ୍ୱକପ୍‌ କିଏ ଜିତିବ।
Share