Categories: ଜାତୀୟ

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ୧୭ ମାସ ପରେ ଜେଲରୁ ବାହାରିଲେ ନଓ୍ବାବ ମଲିକ

ନୂଆଦିଲ୍ଲୀ,୧୧।୮: ଶୁକ୍ରବାର ସୁପ୍ରିମକୋର୍ଟ ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଦୁଇ ମାସ ପାଇଁ ଜାମିନ୍‌ ପ୍ରଦାନ କରିଛନ୍ତି।

ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନଓ୍ବାବ ମଲିକଙ୍କୁ ଜାମିନ ପ୍ରଦାନକୁ ବିରୋଧ କରିନାହାଁନ୍ତି। ଅର୍ଥ ହେରଫେର ମାମଲାରେ ମଲିକ ଫେବୃଆରୀ ୨୨ରୁ କାରାଗାରରେ ଥିଲେ। ଏଭଳି ପରିସ୍ଥିତିରେ ସେ ୧୭ମାସ ପରେ ଜାମିନ ପାଇଛନ୍ତି।

Share