Categories: ଜାତୀୟ

କିଏ ହେବେ ବିରୋଧୀଙ୍କ ଉପବାଚସ୍ପତି ପ୍ରାର୍ଥୀ, ଚର୍ଚ୍ଚାରେ ଏହି ନେତା

ନୂଆଦିଲ୍ଲୀ,୧।୭: ଲୋକ ସଭାର ଉପବାଚସ୍ପତି ପଦ ପାଇଁ ବିରୋଧୀ ପ୍ରାର୍ଥୀଙ୍କ ନାମ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନଥିଲେ ମଧ୍ୟ ୟୁପିର ଅଯୋଧ୍ୟା ଆସନରୁ ସମାଜବାଦୀ ପାର୍ଟି ଏମ୍‌ପି ଅବଧେଶ ପ୍ରସାଦଙ୍କ ନାମ ଏହି ପଦ ରେସ୍‌ରେ ଆଗରେ ଅଛି। ଏହି ସମୟରେ ଏମ୍‌ପି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମୋତେ କୌଣସି ସରକାରୀ ସୂଚନା ନାହିଁ।

ରବିବାର ବିରୋଧୀଦଳରୁ ଏହା ଜଣାପଡିଥିଲା ଯେ ଉପବାଚସ୍ପତି ପଦ ପାଇଁ ଅବଧେଶ ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇପାରେ। ଯଦି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ମମତା ବାନାର୍ଜୀ ଅବଧେଶ ପ୍ରସାଦଙ୍କୁଙ୍କୁ ଡେପୁଟି ସ୍ପିକର କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଏପି ଏହାକୁ ମଧ୍ୟ ସମର୍ଥନ କରିଛି।

Share