ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଶ୍ରୀ ମୀନାଝୋଲା

ଚନ୍ଦ୍ରପୁର,୨୬।୬ (ବିଜୟ ପ୍ରସାଦ ଉଲାକା): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ର ହନୁମନ୍ତପୁର ପଞ୍ଚାୟତରେ ରହିଛି ବହୁ ପୁରାତନ ଶୈବପୀଠ ଶ୍ରୀ ମୀନାଝୋଲା। ୩ଟି ନଦୀର ସଙ୍ଗମସ୍ଥଳ ହୋଇଥିବାରୁ ଏହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ ମଧ୍ୟ କୁହାଯାଏ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ୩ ଚିରସ୍ରୋତା ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ନଦୀର ସଙ୍ଗମସ୍ଥଳ ଓ ଏଠାରେ ବହୁ ପୁରାତନ ଶୈବପୀଠ ଥିବାରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ। ପ୍ରତ୍ୟେକ ବର୍ଷ ଶିବରାତ୍ରିରେ ଜିଲା ତଥା ଜିଲା ବାହାରୁ ତଥା ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ହେଲେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
୩ଟି ଚିରସ୍ରୋତା ନଦୀ ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ନଦୀର ସଙ୍ଗମସ୍ଥଳର ଠିକ୍‌ ୨୦୦ ମିଟର ତଳକୁ ଏକ ପଥର ଗୁମ୍ଫା ରହିଛି। ଏହି ଗୁମ୍ଫା ଦେଇ ୩ଟି ନଦୀର ଜଳ ପ୍ରବାହିତ ହେଉଥିବାବେଳେ ଏହି ପଥର କୋରଡ଼ ଗୁମ୍ଫା ମଧ୍ୟରେ କାହିଁ କେଉଁ ଆବହମାନ କାଳରୁ ମୀନ ଆକୃତିର ଲିଙ୍ଗ ପୂଜା ପାଆନ୍ତି। ଏଠାରେ ପୂଜା କଲେ ମାନସିକ ପୂରଣ ହୋଇଥାଏ ବୋଲି ମଧ୍ୟ ସାଧାରଣରେ ବିଶ୍ୱାସ ରହିଛି। ପ୍ରତିବର୍ଷ ଶିବରାତ୍ରିର ପୂର୍ବଦିନରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ। ଶ୍ରଦ୍ଧାଳୁମାନେ ନଦୀର ଉଭୟ ପାର୍ଶ୍ୱରେ ଅସ୍ଥାୟୀ ଘର କରି ରାତ୍ରିଯାପନ କରିବା ସହ ଶିବରାତ୍ରି ଭୋର ୪ଟାରୁ ପୂଜାର୍ଚ୍ଚନା କରିଥାନ୍ତି । ୨୦୨୨-୨୩ରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନଦୀର ଉପରି ଭାଗରେ ଭକ୍ତଙ୍କ ରହିବା ପାଇଁ ୨ଟି କମ୍ୟୁନିଟି ଗୃହ ନିର୍ମାଣ କରାଯାଇଛି। ଏଥିସହ ସ୍ଥାନୀୟ ଗୁଣପୁର ନିର୍ବାଚନମଣ୍ଡଳୀର ବିଧାୟକ ରଘୁନାଥ ଗମାଙ୍ଗ ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ ଓ ଚନ୍ଦ୍ରପୁର ବ୍ଲକ୍‌ ପ୍ରେସକ୍ଲବ୍‌ର ସହଯୋଗକ୍ରମେ ଏଠାରେ ବିଦ୍ୟୁତୀକରଣର ବ୍ୟବସ୍ଥା ସହ ଭକ୍ତଙ୍କ କଂକ୍ରିଟ୍‌ ପାହାଚ ମଧ୍ୟ ନିର୍ମାଣ କରାଯାଇଛି। ସେହିପରି ଆଜକୁ ୩ ବର୍ଷରୁ ଅଧିକ ସମୟ ହେବ ସେଠାରେ ଏକ ଜନକଲ୍ୟାଣ ଆଶ୍ରମ କରାଯାଇଛି। ଜନକା ନନ୍ଦ ଗିରି ନାମକ ଜଣେ ବାବା ସେଠାରେ ରହି ଆଶ୍ରମର ଦେଖାଶୁଣା କରୁଛନ୍ତି। ବାବା ସେଠାରେ ଭକ୍ତଙ୍କୁ ମାଗଣାରେ ଆୟୁର୍ବେଦ ଉପାୟରେ ଚିକିତ୍ସା କରୁଥିବା ମଧ୍ୟ ଜଣାଯାଇଛି। ଚଳିତ ବର୍ଷ ଚନ୍ଦ୍ରପୁର ପ୍ରେସ୍‌ କ୍ଲବ୍‌ ଏବଂ କଳାକ୍ଷେତ୍ର ଭୁବନେଶ୍ୱର ତଥା ଜନକଲ୍ୟାଣ ଆଶ୍ରମର ସହଯୋଗକ୍ରମେ ପ୍ରଥମ ତ୍ରିବେଣୀ ମହୋତ୍ସବର ଏକ ନିଆରା କାର୍ଯ୍ୟକ୍ରମ ଖୁବ୍‌ ଆଡମ୍ବର ସହକାରେ ପାଳନ ହୋଇଥିଲା। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଗଲେ ଏହା ଲୋକଲୋଚନକୁ ଆସିବା ସହ ପୀଠର ଆହୁରି ଉନ୍ନତି ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ ବିଦ୍ୟୁତ ବିଲ୍‌କୁ ନେଇ ବଢୁଛି ଚର୍ଚ୍ଚା: ଜାଣନ୍ତୁ କାହାକୁ ମିଳେ ବିଦ୍ୟୁତ ବିଲ୍‌ ରିହାତି

ନୂଆଦିଲ୍ଲୀ,୧୨।୪: ନିକଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଅଭିନେତ୍ରୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ କହିଥିଲେ, ମନାଲୀରେ ଥିବା ତାଙ୍କ ଘରର ବିଦ୍ୟୁତ୍‌ ବିଲ...

ବାପା କି ବୟଫ୍ରେଣ୍ଡ ନୁହେଁ, Janhvi Kapoorଙ୍କୁ କିଏ ଦେଲା ୪କୋଟି ଟଙ୍କାର ଗାଡି ଗିଫ୍ଟ?

ଜାହ୍ନବୀ କପୁରଙ୍କ ଚମତ୍କାର କାର୍‌ ସଂଗ୍ରହରେ ଆଉ ଏକ ଲଗଜରୀ କାର୍‌ ଯୋଡି ହୋଇଛି। ଏହି କାରଟି ଅନନ୍ୟା ର୍ବିଲା ଜାହ୍ନବୀଙ୍କୁ ଉପହାର ଦେଇଛନ୍ତି। ଅନନ୍ୟା...

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ ପରିସ୍ରା ପଟେ ବାହାର କରିଦେବ ଏହି ପତ୍ର, ଜାଣନ୍ତୁ କିପରି କରିବେ ବ୍ୟବହାର…

ଆୟୁର୍ବେଦରେ ଅନେକ ପ୍ରକାରର ପତ୍ରକୁ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ। ଏଥିମଧ୍ୟରୁ ଏକ ପତ୍ର ହେଉଛି ଅମରପୋଇ। ଏହାର ପତ୍ର ଶରୀର ପାଇଁ...

୯୯% ସମ୍ପତ୍ତି ଦାନ କରିବାକୁ ଘୋଷଣା କଲେ ବିଲ ଗେଟ୍ସ: ଜାଣନ୍ତୁ ବାକି ୧% କରିବେ କ’ଣ

ଓ୍ବାଶିଂଟନ୍‌,୧୨।୪: ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଲ...

ପ୍ରସିଦ୍ଧ ଖେଳାଳି ତଥା IPL 2025ର କିମ୍ବଦନ୍ତୀ କମେଣ୍ଟଟରଙ୍କ ସ୍ତ୍ରୀ ବିକୁଛନ୍ତି ଜୁସ୍‌, ନାଁ ଜାଣିଲେ ଉଡିବ ହୋସ୍‌

IPL 2025ରେ ଅନେକ କ୍ରିକେଟ କିମ୍ବଦନ୍ତୀ ଭାଷ୍ୟକାର ବା କମେଣ୍ଟଟର ଅଛନ୍ତି। ଏଥିରେ ଗୋଟିଏ ନାମ ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ଡାରେନ ଗଙ୍ଗାଙ୍କର ମଧ୍ୟ ଅଛି।...

ମା’ ସମଲେଶ୍ୱରୀଙ୍କ ମହାସ୍ନାନ, ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି

ବରଗଡ଼,୧୨ା୪: ଆଜି ଚୈତ୍ର ପୂର୍ଣ୍ଣିମା । ଏହି ଅବସରରେ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାର୍ଷିକ ମହାସ୍ନାନ ଉତ୍ସବ ଚାଲିଛି। ଭୋର୍‌ ୪ଟାରୁ ମା’ଙ୍କ ସ୍ବତନ୍ତ୍ର...

ବଦଳିଲା କି Tatkal Ticket ବୁକିଂ କରିବାର ସମୟ? ବଡ଼ ଅପଡେଟ୍‌ ଦେଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୧୨।୪: ଭାରତୀୟ ରେଲଓ୍ବେ ସ୍ପଷ୍ଟ କରିଛି ଯେ ତତ୍କାଳ ଏବଂ ପ୍ରିମିୟମ ତତ୍କାଳ ଟିକେଟ ବୁକିଂ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସାମାଜିକ ଗଣମାଧ୍ୟମରେ ଏହି...

ଚାଲାଣ ହେଉଥିଲା ଗଞ୍ଜେଇ: ମାଡିବସିଲା ପୋଲିସ, ୪ ଗିରଫ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ପୋଲିସ ଦ୍ୱାରା ଏକ କିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image