ଲୋଇସିଂହା,୧୬।୮: ସ୍ବାଧୀନତା ଦିବସ ପାଳନ ଅବସରରେ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅଧୀନ ଭାଲୁପାଲି ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ମଞ୍ଜୁଲତା ନାୟକଙ୍କୁ ଜିଲାର ଶ୍ରେଷ୍ଠ କର୍ମୀ ଭାବେ ପୁରସ୍କୃତ କରାଯାଇଛି। ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରଦୀପ ଅମାତ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ନିଷ୍ଠାପର ଭାବେ ବିଭାଗୀୟ ଜନହିତ କର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ କରୋନା ମହାମାରୀରେ ଲୋକଙ୍କ ଉପଯୁକ୍ତ ସେବା କରିବା ନେଇ ତାଙ୍କୁ ଜିଲାର ଶ୍ରେଷ୍ଠ କର୍ମୀ ଭାବେ ପୁରସ୍କୃତ କରାଯାଇଥିବା ସିଡିପିଓ ପ୍ରଜ୍ଞା ବାରିକ ସୂଚନା ଦେଇଛନ୍ତି। ଏହି ପୁରସ୍କାର ଆଗକୁ ଆହୁରୀ ଜନହିତକର କାର୍ଯ୍ୟ କରିବାକୁ ଉତ୍ସାହିତ କରିବ ବୋଲି ମଞ୍ଜୁଲତା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।