ଭୁବନେଶ୍ୱର,୩।୩: ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍(ଓଡ଼ିଶା ଖଣି ଡିଭିଜନ)କୁ ନିକଟରେ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହର ଅନ୍ତିମ ଓ ପୁରସ୍କାର ବିତରଣ ଉତ୍ସବରେ କମ୍ପାନୀକୁ ବିଭିନ୍ନ ବର୍ଗରେ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ୍) ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ବିଶେଷକରି ଜେଏସ୍ଡବ୍ଲ୍ୟୁ ୪ଟି ଖଣି କ୍ଷେତ୍ରର ବିଭିନ୍ନ ବର୍ଗରେ ଉନ୍ନତ ପ୍ରଦର୍ଶନ ଲାଗି ପୁରସ୍କୃତ ହୋଇଛି। ଏପରିକି ପରିବେଶର ସୁରକ୍ଷା ଦିଗରେ କମ୍ପାନୀର ଅବଦାନକୁ ସ୍ବୀକୃତି ଦେବା ସହ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ପାଇଁ ଯଯାଙ୍ଗ ମାଇନ୍ସ ପ୍ରଥମ ପୁରସ୍କାର ଲାଭ କରିଛି। ଏହାସହ ନାରାୟଣପୋଷି ମାଇନ୍ସ ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନା ବର୍ଗରେ ପ୍ରଥମ ପୁରସ୍କାର ହାସଲ କରିଛି। ସେହିଭଳି ନୂଆଗାଁ ଖଣିରେ ବ୍ୟବସ୍ଥିତ ବୈଜ୍ଞାନିକ ବିକାଶରେ ଦ୍ୱିତୀୟ ପୁରସ୍କାର ଓ ପରିବେଶ ମନିଟରିଂରେ ତୃତୀୟ ପୁରସ୍କାର ହାସଲ କରିଛି। ସେହିପରି ଗୋନୁଆ ଖଣିକୁ ସ୍ଥାୟୀ ବିକାଶ ବର୍ଗରେ ଦ୍ୱିତୀୟ ପୁରସ୍କାର ମିଳିଛି। ଅପରପକ୍ଷରେ ଗୋନୁଆ ଆଇରନ ଓ୍ବର ମାଇନ୍ସର ମାଇନ୍ସ ମ୍ୟାନେଜର ନିଖିଲ ବେହୁରିଆଙ୍କୁ ପରିବେଶ ଉପଯୋଗୀ କାର୍ଯ୍ୟ ଲାଗି ପରିବେଶ ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା।