Advertisement

ଜିଜ୍ଞାସା ବାର୍ଷିକୋତ୍ସବରେ କୃତି ଛାତ୍ରୀଛାତ୍ର ପୁରସ୍କୃତ

ଥୁଆମୂଳ ରାମପୁର,୨୨।୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ୭ତମ ଜିଜ୍ଞାସା ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ସୀତାକାନ୍ତ ରଣାଙ୍କ ସଭାପତିତ୍ୱରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ମା ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଓ ସମ୍ମାନିତ ଅତିଥି ଭାବରେ ସେଣ୍ଟ୍ରାଲ କୋ ଅପରେଟିଭ ବ୍ୟାଙ୍କ ଭବାନୀପାଟଣା ଶାଖା ପରିଚାଳକ ଚନ୍ଦ୍ର ଧୱଜ ମଙ୍ଗରାଜ, ବ୍ଲକ ଉପାଧ୍ୟକ୍ଷ ଜୟନ୍ତୀ ମାଝୀ,
ଏଇଇ ସାଲକୋ ହେମ୍ବ୍ରମ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସରେନ, ଏମଆଇ ବିଭୁ ରଞ୍ଜନ ସାହୁ, ରାଜେନ୍ଦ୍ର ନାରାୟଣ ଦେବ, ସମାଜ ସେବୀ ମାଣିକ୍ୟ ଚନ୍ଦ୍ର ନାଏକ, କୃଷ୍ଣ ଚନ୍ଦ୍ର ନାଏକଙ୍କ ସମେତ ବ୍ଲକ ପ୍ରଶାସନ, ମହାବିଦ୍ୟାଳୟ ଅଧ୍ୟାପକ ପ୍ରମୁଖ ମଞ୍ଚଷିନ ଅତିଥି ଭାବେ ଯୋଗ ଦେଇଥିଲେ।
ଭାରପ୍ରାପ୍ତ ଅଧକ୍ଷ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସଙ୍ଗୀତ ଧୁରୁଆ, ଶିକ୍ଷୟତ୍ରୀ ଲିପିଶ୍ରି ବାରିକ ଓ ଶିକ୍ଷକ ଟିପୁନ ମହାଳିକ ପରିଚାଳନା କରିଥିଲେ। ଚଳିତ ବର୍ଷ ଦଶମ ଏବଂ ଦାଦଶ ପରୀକ୍ଷାରେ ଭଲ ନମ୍ବର ରଖି ବିଦ୍ୟାଳୟର ନାମ ରଖିଥିବା ଛାତ୍ରୀଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଉଛି। ପରେ ବିଦ୍ୟାଳୟର ଖେଳ ଶିକ୍ଷକ ଅନିରୁଦ୍ଧ ମୁଦୁଲି ଏବଂ ଆର୍ଟ ଶିକ୍ଷକ ପରମେଶ୍ବର ସାମଲଙ୍କ ମାର୍ଗଦର୍ଶନରେ ଛାତ୍ରୀଛାତ୍ରମାନେ ଓଡ଼ିଶୀ, ସମ୍ବଲପୁରୀ, ଦେଶ ଭକ୍ତି ଆଦି ନୃତ୍ୟ ପରିବେଷଣ କରିଥିଲେ। ଯାହାକି ବେଶ ଚିତାକର୍ଷକ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ମୁକେଶ ସାହୁ, ସିଦ୍ଧେଶ୍ବର ଭୋଇ, ପ୍ରଦୀପ କୁମାର ନାଗ, ସଂଜୀବ କୁମାର ଭୋଇ, କିରାଣୀ ଲୋହିତ କୁମାର ନାଗ, ଶିକ୍ଷୟତ୍ରୀ ଶେଫାଳି ତନ୍ତି, ସଂଜୀବ କୁମାର ଭୁଏ, ଦେବବ୍ରତ ଦାସ, ବିଶ୍ବନାଥ ହେମ୍ବ୍ରମ, ଆଲୋକ କୁମାର ମହନ୍ତ, ରଣଜିତ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କ୍ଷୀରସିନ୍ଧୁ ଲୁହାର ଧନ୍ୟବାଦ ଅର୍ପଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share