ପାଓ୍ବାର ଗ୍ରୀଡ୍‌ ପକ୍ଷରୁ ସଚେତନତା ଅଭିଯାନ

ନୂଆଦିଲ୍ଲୀ,୧।୩: ଦେଶର ପ୍ରମୁଖ ସିପିଏସ୍‌ଇ ‘ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌’(ପିଜିସିଆଇଏଲ୍‌) ପକ୍ଷରୁ ଏକ ୩ ଦିନିଆ ସଚେତନତା କାର୍ଯ୍ୟକ୍ରମ ବୁଧବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି। ଏପରିକି କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ମହାରତ୍ନା ସିପିଏସ୍‌ଇ ପାଓ୍ବାର ଗ୍ରୀଡ୍‌ ଚଳିତ ବର୍ଷ ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଜଣାପଡ଼ିଛି। ବିଶେଷ କରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିର୍ଦ୍ଦେଶରେ ଜି-୨୦ ଫୋରମର ଆଗାମୀ ବୈଠକ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଗୁରୁଗ୍ରାମଠାରେ ଆୟୋଜିତ ହେବ। ଏପରିକି ଦୁର୍ନୀତି ନିବାରଣ କାର୍ଯ୍ୟ ଗୋଷ୍ଠୀ (ଏସିଡବ୍ଲ୍ୟୁଜି)ର ଆଗାମୀ ବୈଠକ ପର୍ଯ୍ୟନ୍ତ କମ୍ପାନୀ ଅନେକ ଜନସଚେତନତା ସୃଷ୍ଟି କରିବ। ଅପରପକ୍ଷରେ ଗୁରୁଗ୍ରାମ ଏବଂ ଦିଲ୍ଲୀର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ ବିତର୍କ, କୁଇଜ୍‌, ପ୍ରବନ୍ଧ, ପୋଷ୍ଟରମେକିଂ ଭଳି ପ୍ରତିଯୋଗିତା ଆୟୋଜନ ହେବ। ସେହିଭଳି ଜନସଚେତନତା ସୃଷ୍ଟି କରିବା ପାଇଁ ପାଓ୍ବାର ଗ୍ରୀଡ ମଧ୍ୟ ଗୁରୁଗ୍ରାମର ପ୍ରମୁଖ ସ୍ଥାନରେ ଷ୍ଟ୍ରିଟ୍‌ ପ୍ଲେ ମାଧ୍ୟମରେ ସାଧାରଣ ଜନତାଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସିଖବର, ଏହି ଦିନ ବଢିବ DA

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା...

୧୧ ଟି ଜିଲାରେ ୬,୧୧୭ କୋଟି ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୩: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ସଫଳତା ପରେ, ୧୩୫ ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ...

ଫେବୃଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୮% ରେ ସ୍ଥିର

ନୂଆଦିଲ୍ଲୀ,୧୭।୩: ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହା ୨.୩୮% ରେ...

‘କଞ୍ଚାଲଙ୍କା’ ଆଞ୍ଚଳିକ ଭାଷା, ସଂସ୍କୃତିକୁ ଗୁରୁତ୍ୱ ଦେଉଛି

କେନ୍ଦ୍ରାପଡ଼ା ଜିଲାରେ ବିଭୁପ୍ରସାଦ ରଥଙ୍କ ଜନ୍ମ। ପୁରୀ ପରେ ଅହମଦାବାଦରେ ପାଠପଢ଼ା। କର୍ପୋରେଟ କ୍ୟାରିଅର ସମୟରେ ଉତ୍ପାଦନଠାରୁ ଆରମ୍ଭ କରି ସେବା ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ...

ଏଣିକି ଭଏସ କମାଣ୍ଡରେ ସ୍କ୍ରୋଲ କରିପାରିବେ Instagram ରିଲ୍ସ, ଜାଣନ୍ତୁ ନୂଆ ଫିଚର ବିଷୟରେ…

ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ। ଆପଣଙ୍କୁ ଡିସପ୍ଲେକୁ ଛୁଇଁବାକୁ ମଧ୍ୟ ପଡିବ ନାହିଁ। କେବଳ ଗୋଟିଏ ଭଏସରେ...

କମିଲା ରେଲଓ୍ବେର ଏହି ଷ୍ଟକ, ମାର୍ଚ୍ଚ ୨୦ ଭିତରେ ଶୀଘ୍ର କିଣି ନିଅନ୍ତୁ!

ଚଳିତ ସପ୍ତାହରେ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ (IRFC)ର ଶେୟାର ଖବରରେ ଅଛି। କମ୍ପାନୀ ୧୭ ମାର୍ଚ୍ଚ, ୨୦୨୫ ରେ ବୋର୍ଡ ବୈଠକର ତାରିଖ ସ୍ଥିର...

କାହିଁକି ହୁ ହୁ ହୋଇ ବଢୁଛି ଜମିର ମୂଲ୍ୟ, ସାମ୍ନାକୁ ଆସିଲା ବଡ଼ ସତ

ଗତ କିଛି ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ ସେକ୍ଟରରେ ଏକ ବଡ଼ ଉନ୍ନତିର ସାକ୍ଷୀ ହୋଇଛି। କେବଳ ଫ୍ଲାଟ ନୁହେଁ, ଜମିର ମୂଲ୍ୟ ମଧ୍ୟ ଦ୍ରୁତ...

Sahara Refund: ଫେରିବ ସାହାରା ଟଙ୍କା, ନୂଆ ଲିଷ୍ଟ ଜାରି କଲା କମ୍ପାନୀ, ଆପଣଙ୍କର ଅଛି କି ନାଁ

ନୂଆଦିଲ୍ଲୀ,୧୪।୩:ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image