Categories: ବାଣିଜ୍ୟ

ଓଜିବି ପକ୍ଷରୁ ସତର୍କତା ଦିବସ ପାଳିତ

ଭୁବନେଶ୍ୱର,୨।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)ବେଣ୍ଟକାର ଶାଖା ପକ୍ଷରୁ ଦଧିବାମନପୁର ପାର୍ବତୀ ବିଦ୍ୟାପୀଠରେ ସତର୍କତା ଦିବସ ପାଳନ କରାଯାଇଛି। ଓଜିବି କଟକ ଶାଖାର ରିଜିଓନାଲ ମ୍ୟାନେଜର ଆଶିଷ ନାୟକ ଓ ଲିଡ୍‌ ବ୍ୟାଙ୍କ ମ୍ୟାନେଜର ଅମରେଶ ସତ୍ୟନାରାୟଣ ରାଉତଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଭାରପ୍ରାପ୍ତ ଶାଖା ପ୍ରବନ୍ଧକ ପ୍ରଦୀପ୍ତ କୁମାର ନାୟକ ଏବଂ ଷ୍ଟାଫ୍‌ମାନଙ୍କ ସହାୟତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ, ଷ୍ଟାଫ୍‌ ଏବଂ ଛାତ୍ରମାନେ ଶପଥ ଗ୍ରହଣ କରିଥିଲେ। ଏ ଅବସରରେ ଏକ ବକ୍ତୃତା ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା।

Share