ସଚେତନତା ହିଁ ନିଦାନ

ମୃତ୍ତିକା ଟ୍ରାନ୍ସମିଡ ହେଲମିନଥସ (ଏସଟିଏଚ) ଭାରତ ପାଇଁ ଏକ ଜନସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ୧-୧୪ ବର୍ଷ ବୟସର ପ୍ରାୟ ୨୨ କୋଟି ଭାରତୀୟ ଶିଶୁଙ୍କ ଠାରେ କୃମି ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହା ଦ୍ୱାରା ପିଲାମାନଙ୍କର ପୁଷ୍ଟିକର ଖାଦ୍ୟରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ରକ୍ତହୀନତା, ପୁଷ୍ଟିହୀନତା ଏବଂ ମାନସିକ ଏବଂ ଶାରୀରିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। ଏହି ସମସ୍ୟାର ମୁକାବିଲା ପାଇଁ, ୨୦୧୫ ରେ ଭାରତ ସରକାର ୧ରୁ ୧୯ ବର୍ଷ ବୟସର ସମସ୍ତ ପିଲାଙ୍କୁ କୃମିନାଶକ କରିବା ପାଇଁ ଅଙ୍ଗନୱାଡି ଏବଂ ବିଦ୍ୟାଳୟ ଭିତ୍ତିରେ ଜାତୀୟ କୃମିନାଶକ ଦିବସ ଆରମ୍ଭ କରିଥିଲେ। ପ୍ରତିବର୍ଷ ଏହି ଅଭିଯାନର ପ୍ରଥମ ରାଉଣ୍ଡ ଫେବୃଆରୀ ୧୦ରେ ଏବଂ ଦ୍ୱିତୀୟ ରାଉଣ୍ଡ ୧୦ ଅଗଷ୍ଟରେ ପାଳିତ ହୋଇଥାଏ।
ଏହି ଦିବସ ପାଳନ ଅବସରରେ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ସଚେତନତା କାର୍ଯ୍ୟ କ୍ରମମାନ ଆୟୋଜନ କରାଯାଇଥାଏ।