Posted inଫୁରସତ

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ ହେଉଛି- ‘ଇନ୍‌ଫର୍ମଡ ଚଏସେସ୍‌, ବେଟର ଆଉଟକମ୍‌ସ’। ଏକ ସର୍ଭେରୁ ଜଣାପଡିଛି ଯେ, ଆମ ଦେଶରେ ପ୍ରାୟ ୧୮ କୋଟି ଲୋକ ର୍ୟୁମାଟଏଡ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଏବଂ ପ୍ରତି ଚାରି ଜଣରେ ଜଣେ ଗଣ୍ଠି ରୋଗରେ ପୀଡ଼ିତ। ଦୁଇଟି ହାଡ଼ କିମ୍ବା ଏକାଧିକ ହାଡ଼ର ମିଳନ ଯହିଁରେ, ସେହି ହାଡ଼ଗୁଡ଼ିକ ବିଭିନ୍ନ ଦିଗକୁ, ତଳୁ ଉପରକୁ, ପାର୍ଶ୍ୱରୁ ପାର୍ଶ୍ୱକୁ ବୁଲି ପାରନ୍ତି ଓ ସ୍ଥଳ ବିଶେଷରେ କେବଳ ପାଖକୁ ପାଖ ଲାଗି କରି ଥାଆନ୍ତି, ତାହାକୁ ଗଣ୍ଠି ବା ଖଞ୍ଜା କୁହାଯାଏ। ଆମ ଶରୀରରେ ଜନ୍ମ ସମୟରେ ପାଖାପାଖି ୨୭୦ଟି ହାଡ଼ ବା ଅସ୍ଥି ଥାଏ। ତାହା ସମୟକ୍ରମେ ୨୦୬କୁ ହ୍ରାସ ପାଇଥାଏ। ଏହାର ଅନେକ କାରଣ ରହିଛି। ସେହିପରି ଆମ ଶରୀରରେ ପାଖାପାଖି ୩୬୦ ଖଞ୍ଜା ବା ଗଣ୍ଠି ଥାଆନ୍ତି। ମୁଣ୍ଡରେ ଗୋଟିଏ ହାଡ଼ ସହ ଆଉ ଗୋଟିଏ ହାଡ଼ ଲାଗିଥାଏ, ମାତ୍ର କୌଣସି ଚଳନ ନ ଥାଏ। ସେହିପରି ଛାତି ଓ ଅନ୍ୟ ସ୍ଥାନରେ ଥିବା ଉପାସ୍ଥିମାନଙ୍କର ଗତିଶୀଳ ଖଞ୍ଜା ନ ଥାଏ। ମେରୁଦଣ୍ଡରେ ଥିବା ଖଞ୍ଜାର ଚଳନ ମଧ୍ୟ ଖୁବ୍‌ ସୀମିତ ଯଥା ସାମାନ୍ୟ ଓ ଆଗ ପଛକୁ ଥାଏ। ମାତ୍ର କାନ୍ଧ, ଆଣ୍ଠୁ ଇତ୍ୟାଦି ଅନେକ ଦିଗକୁ ବୁଲିପାରନ୍ତି। ଆଣ୍ଠୁ କେବଳ ପଛକୁ, କହୁଣି କେବଳ ପଛକୁ ଓ ଆଗକୁ ହୋଇଥାଏ। ହାଡ଼ର ଆଙ୍ଗୁଠି ଓ ପାଦର ଆଙ୍ଗୁଠି ମଧ୍ୟ ସୀମିତ ବୁଲିପାରନ୍ତି। ହିପ୍‌ ଜଏଣ୍ଟ ବା ନିତମ୍ବ ଖଞ୍ଜା ଓ କାନ୍ଧର ଖଞ୍ଜାରେ ଦୁଇଟି ହାଡ଼ ବଲ୍‌ ଓ ସକେଟ ପରି ଥାଆନ୍ତି।
ସାଧାରଣତଃ ଆଣ୍ଠୁଗଣ୍ଠି ରୋଗ ପୁରୁଷମାନଙ୍କଠାରୁ ମହିଳାମାନଙ୍କୁ ଅଧିକ ମାତ୍ରାରେ ହୋଇଥାଏ। ପ୍ରାୟ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ମଧ୍ୟରୁ ୪୦% ଲୋକ ଏଥିରେ ପୀଡ଼ିତ ହୋଇଥାଆନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡାକ୍ତରଙ୍କ ପରାମର୍ଶ ପାଇଁ ଆସୁଥିବା ଲୋକମାନଙ୍କ ମଧ୍ୟରୁ ଚାରି ଜଣରୁ ଜଣଙ୍କର ଗଣ୍ଠିଜନିତ ରୋଗ ଥାଏ। ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ରେ ଛୋଟ ଛୋଟ ଗଣ୍ଠି ଯଥା ଆଙ୍ଗୁଠି, ପାଦ ଇତ୍ୟାଦି ଫୁଲି ଦରଜ ହୋଇଥାଏ। ସାଧାରଣତଃ ଶରୀରର ଓଜନ ବହନ କରୁଥିବା ଆଣ୍ଠୁ, ହାତରେ ଉଠାଯାଉଥିବା ସମସ୍ତ ଜିନିଷର ଭାର କାନ୍ଧ, ଶରୀରର ଓଜନ ବହନ କରୁଥିବା, ଚାଲିବା, ଦୌଡ଼ିବା, କୁଦା ମାରିବାରେ ସାହାଯ୍ୟ କରୁଥିବା ନିତମ୍ବ ବା ହିପ୍‌ ଗଣ୍ଠିବାତ ଦ୍ୱାରା ଆକ୍ରାନ୍ତ ହୋଇଥାଏ। ଏଭଳି ସମସ୍ୟାଠାରୁ ଦୂରେଇ ରଖିବା ପାଇଁ ଆମକୁ ବୟସ ବୃଦ୍ଧି ସହିତ ସତର୍କ ରହିବାକୁ ପଡ଼ିବ। ଶରୀରରେ ଯଦି କ୍ୟାଲ୍‌ସିୟମ ଏବଂ ଭିଟାମିନ୍‌-ଡି’ର ଅଭାବ ରହିଛି, ତାହାକୁ ପୂରଣ କରିବାକୁ ପଡ଼ିବ। ଏହା ସହ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଗୋଟିଏ ପୋଜିଶନ୍‌ରେ ଅଧିକ ସମୟ ବସିବା ଅନୁଚିତ। ଏଭଳି ସମସ୍ୟା ଥିଲେ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୁଅନ୍ତୁ।
– ଡା. ରାମଚନ୍ଦ୍ର ରାଉତ, ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri