Categories: ଫୁରସତ

ଶିଶୁଙ୍କ ଅଧିକାର ନେଇ ସଚେତନତା

ଅନ୍ତର୍ଜାତୀୟ ସ୍ତରରେ ଶିଶୁଙ୍କ ବିକାଶ ଏବଂ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୨୦ରେ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳନ କରାଯାଇଥାଏ।
୧୯୨୫ରେ ଶିଶୁ କଲ୍ୟାଣ ଉପରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସମ୍ମିଳନୀରେ ଜେନେଭାରେ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳନ ସମ୍ପର୍କରେ ପ୍ରଥମେ ଘୋଷଣା କରାଯାଇଥିଲା। ୪ ନଭେମ୍ବର ୧୯୪୯ରେ, ମସ୍କୋରେ ମହିଳା ଅନ୍ତର୍ଜାତୀୟ ଡେମୋକ୍ରାଟିକ ଫେଡେରେଶନ ଦ୍ୱାରା ଶିଶୁ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ଦିବସ ଭାବରେ ୧ ଜୁନ୍‌କୁ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ୧୯୫୦ ପରଠାରୁ, ଏହା ଅଧିକାଂଶ ଦେଶରେ ୧ ଜୁନ୍‌ରେ ପାଳନ କରାଯାଉଥିଲା। ତେବେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦ ନଭେମ୍ବରରେ ଏହି ଦିବସ ପାଳନ କରିବାକୁ ୧୯୫୯ରେ ଘୋଷଣା କରାଯାଇଥିଲା।
ଏହା ପୂର୍ବରୁ ୧୮୫୭ରେ ଶିଶୁ ଦିବସ ଜୁନ୍‌ ମାସର ଦ୍ୱିତୀୟ ରବିବାର ଦିନ ମାସାଚୁସେଟ୍ସର ଚେଲ୍ସରେ ଥିବା ରେଡମିୟର ୟୁନିଭର୍ସାଲିଷ୍ଟ ଚର୍ଚ୍ଚର ପାଷ୍ଟର ରେଭରେଣ୍ଡ ଡକ୍ଟର ଚାର୍ଲସ ଲିଓନାର୍ଡଙ୍କ ଦ୍ୱାରା ଶିଶୁ ଦିବସ ଆରମ୍ଭ ହୋଇଥିଲା। ଲିଓନାର୍ଡ ଏହି ଦିନକୁ ରୋଜ୍‌ ଡେ ନାମରେ ନାମିତ କରିଥିଲେ।
ଏହି ଦିବସ ପାଳନ ଅବସରରେ ବିଶ୍ୱସ୍ତରରେ ବିଭିନ୍ନ ରାଷ୍ଟ୍ରର ଶିଶୁଙ୍କ ମଧ୍ୟରେ ପାରସ୍ପରିକ ଭାବର ଆଦାନ ପ୍ରଦାନ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରାଯାଇଥାଏ।

Share