Categories: ବାଣିଜ୍ୟ

ସହଭାଗିତା ଜରିଆରେ ସଚେତନତା

ଭୁବନେଶ୍ୱର,୭।୮: ଦେଶର ପ୍ରମୁଖ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ‘ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌’ ଏବଂ ଅନ୍ତଃରାଷ୍ଟ୍ରୀୟ ହେଲଥ ପ୍ଲାଟଫର୍ମ ଓମରନ ହେଲ୍‌ଥ କେୟାର ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ବିଶେଷ କରି ୧୮ବର୍ଷରୁ ଅଧିକ ଯୁବଗୋଷ୍ଠୀଙ୍କ ନିକଟରେ ପହଞ୍ଚତ୍ବା ସହିତ ସେମାନଙ୍କର ରକ୍ତଚାପ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଉଭୟ କମ୍ପାନୀ ମଧ୍ୟରେ ସହଭାଗିତା ହୋଇଛି ବୋଲି କୁହାଯାଇଛି।

ଏ ସମ୍ପର୍କରେ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ହେଡ୍‌ ଅଫ୍‌ ଇଣ୍ଡିଆ ଫର୍ମୁଲେସନ୍ସ ଆଲୋକ ମଲିକ କହିଛନ୍ତି, ଉଚ୍ଚ ରକ୍ତଚାପ ଚିକିତ୍ସା ଉପରେ ସକରାତ୍ମକ ପ୍ରଭାବ ପକାଇବା ପାଇଁ ଆମେ ଓମରନ ହେଲଥ କେୟାର ଇଣ୍ଡିଆ ସହ ସହଭାଗିତା କରିଛୁ। ଏପରିକି ଉଚ୍ଚ ରକ୍ତଚାପ ଏବଂ ପ୍ରାରମ୍ଭିକ ରକ୍ତଚାପ ସ୍କ୍ରିନିଂ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛି। ବିଶେଷ କରି ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡିତଙ୍କ ସଂଖ୍ୟା ପ୍ରାୟ ୧୦ରୁ ୩୦%(୪୦ ବର୍ଷ ବୟସ ଯୁବଗୋଷ୍ଠୀ)କୁ ବୃଦ୍ଧି ଘଟିଛି। ଦେଶରେ ମିଳିତ ଭାବେ ଆମେ ଅଳ୍ପ ବୟସରୁ ସେମାନଙ୍କ ସ୍ବାସ୍ଥ୍ୟକୁ ସକ୍ରିୟ ଭାବେ ସୁରକ୍ଷିତ ରଖିବା ପାଇଁ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ।

ସେହିଭଳି ଓମରନ ହେଲଥ କେୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଟେଟୁସୁୟା ୟାମଡା କହିଛନ୍ତି, ଟେକ ଚାର୍ଜ ୧୮ ଅଭିଯାନ ପାଇଁ ଆମେ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ସହ ସହଭାଗିତା କରିଛୁ, ଏପରିକି ଆମର ଘରୋଇ ରକ୍ତଚାପ ନିରୀକ୍ଷଣ ସହ ଜିରୋକୁ ଯିବା ପାଇଁ ଆମର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭାବେ ଉଚ୍ଚ ରକ୍ତଚାପ ଜନିତ ରୋଗ ଯଥା ଷ୍ଟ୍ରୋକ୍‌ ଏବଂ ହୃଦଘାତ ଭଳି ରୋଗକୁ ଯଥେଷ୍ଟ କମ କରିବା ପଇଁ ପ୍ରସ୍ତୁତ ଅଛୁ। ଉଲ୍ଲେଖଯୋଗ୍ୟ, ୨୦୨୩ରେ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର) ଦ୍ୱାରା କରାଯାଇଥିବା ଏକ ବିଭାଗୀୟ ଅଧ୍ୟୟନ ଅନୁଯାୟୀ ଉଚ୍ଚ ରକ୍ତଚାପର ମାତ୍ରା ବୃଦ୍ଧି ପାଉଛି।

Share