Categories: ବାଣିଜ୍ୟ

କାନାରା ବ୍ୟାଙ୍କ ପକ୍ଷରୁ ସଚେତନତା ସପ୍ତାହ

ଭୁବନେଶ୍ୱର,୭।୧୧ : କାନାରା ବ୍ୟାଙ୍କର ଭଦ୍ରକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଚେତନତା ଆୟୋଗ ଦ୍ୱାରା ଦୁର୍ନୀତି ନିବାରଣ ପୂର୍ବକ ଦେଶ ଗଠନର ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ କାନାରା ବ୍ୟାଙ୍କ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପି. ମଧୁସୂଦନ ରାଓଙ୍କ ନେତୃତ୍ୱରେ ଏକ ପଦଯାତ୍ରା ଭଦ୍ରକ ବାଇପାସ ଛକଠାରୁ ଦକ୍ଷିଣକାଳୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ପଦଯାତ୍ରାରେ କାନାରା ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଓ ସାଧାରଣ ଜନତା ଦୁର୍ନୀତି ନିବାରଣ ପାଇଁ ଶପଥ ଗ୍ରହଣ କରିଥିଲେ। ସେହିଭଳି ରାଓ ସମସ୍ତଙ୍କୁ କର୍ମକ୍ଷେତ୍ରରେ ସଚ୍ଚୋଟ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏପରିକି କେବଳ ଗୋଟିଏ ସପ୍ତାହ ପାଇଁ ନୁହେଁ ପୂରା ଚାକିରି କାଳ ପର୍ଯ୍ୟନ୍ତ ସଚ୍ଚୋଟ ଓ ସତ କହିବାକୁ ସେ ଉପସ୍ଥିତ ବ୍ୟାଙ୍କ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ପ୍ରବର୍ତ୍ତାଇଥିଲେ।

Share