ଭୁବନେଶ୍ୱରରେ ଭଡ଼ାରେ ଲାଗିଛି ଆବାସ ଯୋଜନା ଘର: ଛଡାଇ ନେବ ବିଏମସି

ଭୁବନେଶ୍ୱର,୧୦।୧୦: ରାଜଧାନୀରେ ରାଜିବ ଆବାସ ଯୋଜନରେ ସରକାରଙ୍କ ଠାରୁ ମାଗଣାରେ ଘର ପାଇ ତାକୁ ଭଡାରେ ଦେଇ ମୋଟା ଅଙ୍କର ଟଙ୍କା କାମଉଛନ୍ତି। ନିଜକୁ ଭୂମିହୀନ, ଗୃହହୀନ, ଗରିବ ବୋଲି ଦର୍ଶାଇ ହିତାଧିକାରୀ ପାଲଟିଥିବା କିଛି ଘରମାଲିକଙ୍କ ଏଭଳି କେଳେଙ୍କାରୀ ଏବେ ସାମ୍ନାକୁ ଆସିଛି। ଏହି ଯୋଜନାକୁ ଭେଳିକି ବନାଇଥିବା ଘରମାଲିକଙ୍କ ବିରୋଧରେ ତନାଘନା ଆରମ୍ଭ କରିଛି ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ(ବିଏମସି)।

ବୁଧବାର ବିଏମସିର ଏକାଧିକ ଟିମ ୮ଟି ସ୍ଥାନରେ ରେଡ କରି 250 ବେଆଇନ ହିତାଧିକାରୀଙ୍କୁ ଠାବ କରିଛି । ଏହା ମଧ୍ୟ ସାମ୍ନାକୁ ଆସିଛି ଯେ କିଛି ବଣ୍ଟନକାରୀଙ୍କ ନିଜସ୍ୱ ଜମି ଏବଂ ଅନ୍ୟତ୍ର ଘର ଅଛି। ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକ ପ ସେମାନଙ୍କ ଠାରୁ ଘର ଛଡାଇ ନିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।

ଘଟଣା ବିଷୟରେ ସୂଚନା ଦେଇ ବିଏମସି ମେୟର ସୁଲୋଚାନା ଦାସ କହିଛନ୍ତି, “ସୁଲଭ ଘରଗୁଡିକର ଆବଣ୍ଟନକାରୀଙ୍କ ଘର ଭଡା ନେଇ ଆମେ ଅଭିଯୋଗ ପାଇଥିଲୁ। ଏହା ମଧ୍ୟ ଅଭିଯୋଗ ଥିଲା ଯେ ଯେଉଁମାନଙ୍କର ନିଜର ଜମି କିମ୍ବା ଅନ୍ୟତ୍ର ଘର ଅଛି ସେମାନେ ନକଲି କାଗଜପତ୍ର ଦେଖାଇ ଏଭଳି ଘର ପାଇବାରେ ସଫଳ ହୋଇଛନ୍ତି। ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଦେଇଥିବା ତାଲିକା ଅନୁଯାୟୀ ଆମେ ବଣ୍ଟନ କରିଛୁ। ରାଜୀବ ଆୱାସ ଯୋଜନା ହିତାଧିକାରୀଙ୍କୁ କିଛି ଘର ବଣ୍ଟନ କରାଯାଇଥିଲା। ”

“ଗତକାଲି ବିଏମସି ଅଧିକାରୀମାନେ ପୋଲିସ ଉପସ୍ଥିତିରେ କିଛି ଘର ଉପରେ ଚଢ଼ାଉ କରି ପ୍ରାୟ 250 ଘର ଭଡା ଦେଇଥିବାର ଜାଣିବାକୁ ପାଇଥିଲେ। ବର୍ତ୍ତମାନ, ଆମେ ସେମାନଙ୍କୁ ନୋଟିସ୍ ପ୍ରଦାନ କରୁଛୁ। ଯଦି ସେମାନଙ୍କର ଜବାବ ସନ୍ତୋଷଜନକ ନ ହୁଏ, ତେବେ ସେମାନଙ୍କ ଘର ଲାଇସେନ୍ସ ବାତିଲ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ବୁଧବାର ସକାଳୁ ସକାଳୁ ବେଆଇନ ହିତାଧିକାରୀଙ୍କୁ ଧରିବା ପାଇଁ ବିଏମସି ଟିମ ରାଜଧାନୀର ୮ଟି ଆବାସ କମ୍ପ୍ଲେକ୍ସ ଉପରେ ଚଢାଉ ଆରମ୍ଭ କରିଥିଲେ। ସେଗୁଡିକ ହେଲା ରଙ୍ଗମାଟିଆ, ମଣ୍ଡପ ବସ୍ତି, ନିଳମାଧବ ବସ୍ତି, ବୁଦ୍ଧବିହାର, ପଥରବନ୍ଧ, ମହିଁଷିଆଖାଲ, ଶାନ୍ତିନଗର ଏବଂ ସୁବୁଧିପୁର ଅଞ୍ଚଳରେ ଥିବା ଆବାସ କମ୍ପ୍ଲେକ୍ସ । ବିଏମ୍ସି ଟିମ ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇ ସେମାନଙ୍କ ପରିଚୟପତ୍ର ମାଗିଥିଲେ। ସେହି ଅନୁଯାୟୀ ହିତାଧିକାରୀଙ୍କ ନାମ ସହ ବିଏମସି ତାଲିକାକୁ ମିଳାଇଥିଲେ। କିଛି ହିତାଧିକାରୀ ଏଠାରେ ଘର ପାଇ ରହୁଥିଲା ବେଳେ ଆଉ କିଛି ଘରକୁ ଭଡା ଲଗାଇ ବାହାରେ ପୁଣି ସରକାରୀ ଜାଗା ମାଡିବସି ରହୁଥିବା ନଜରକୁ ଆସିଥିଲା। ଆଉ କିଛି ହିତାଧିକାରୀ ଏଠାରେ ପାଇଥିବା ଘରକୁ ବିକ୍ରିକରି କରି ଗାଁକୁ ଚାଲିଯାଇଥିବା ଜଣା ପଡିଛି। ଭଡା ଲଗାଉଥିବା ମାଲିକମାନେ ମାସ ଯାକ ଏଠାରେ ଦେଖା ଦେଉ ନଥିବା ବେଳେ କେବଳ ମାସିକିଆ ଟଙ୍କା ଆଦାୟ କରିବାକୁ ଏଠାକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ସରକାରଙ୍କୁ ଜମି ପଟ୍ଟା ମାଗି ଧାରଣାରେ ବସିଲେ କୋଟିଆ ପଞ୍ଚାୟତର ଲୋକେ; ଚିନ୍ତାରେ ଓଡ଼ିଶା ସରକାର

ପଟ୍ଟାଙ୍ଗି,୧୦।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ର ରାଜ୍ୟ ତହସିଲ କାର୍ଯ୍ୟାଳୟ ସମୁଖରେ ଓଡ଼ିଶାର ସୀମାନ୍ତ ଗ୍ରାମବାସୀ ଜଙ୍ଗଲଜମି ପଟ୍ଟା ପ୍ରଦାନ ଦାବି ଉଠାଇ ଧାରଣା ଦେବା ଦୃଶ୍ୟ...

ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର,୧୦।୧୦: ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଦିନ ଗୋଟାଏ ଯାଏ ପ୍ରବେଶ ଅନୁମତି ରହିଛି। ଯଶିପୁର କାଳିଆଣି ଗେଟ ଦେଇ...

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

ଭୁବନେଶ୍ୱର,୧୦ା୧୦: ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପ୍ରକାଶ ବେହେରା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରକାଶ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ନିର୍ବାଚନ...

ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ…

ଯାଜପୁର,୧୦ା୧୦: ଯାଜପୁର ବିଜେଡି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀ ଯୋଗ ନ ଦେବାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର୍‌ ଧରିଛି। ଅମର କାହିଁକି...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ମାଗଣା ମେଡିସିନ ଦେବାକୁ ଲାଞ୍ଚ ନେଉଥିଲେ ଏସ୍‌ସିବି ଡାଟା ଏଣ୍ଟ୍ରି ଅପରେଟର, ଧରିଲା ଭିଜିଲାନ୍ସ

କଟକ,୧୦ା୧୦(କାର୍ତ୍ତିକ ସାହୁ): କଟକ ଏସ୍‌ସିବି ମେଡିକାଲର ଡାଟାଏଣ୍ଟ୍ରି ଅପରେଟର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୨...

ଟ୍ରାକ୍‌ରେ ଯାଉଥିଲା ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ଟନେଲ୍‌ରୁ ଖସିଲା ପଥର, ଆଉ ତା’ ପରେ…

କୋରାପୁଟ/ଲକ୍ଷ୍ମୀପୁର,୧୦ା୧୦(ଅମିତାଭ ବେହେରା/ଅନନ୍ତ ନାୟକ): ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡ଼ା ରେଳପଥରେ ଟନେଲ ମଧ୍ୟରୁ ପଥର ଖସି ରେଳ ଧାରଣା ଉପରେ ପଡ଼ିଲା। ଛିଣ୍ଡିଗଲା ଓଭର ହେଡେ୍‌ଡ...

ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ ରତନ ଟାଟା, ନବୀନ କହିଲେ ସମଗ୍ର ବିଶ୍ୱରେ…

ଭୁବନେଶ୍ୱର,୧୦ା୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri