Categories: ଖେଳ

୧୭ ବର୍ଷର ରେକର୍ଡ ଭାଙ୍ଗିଲେ ଅକ୍ଷର ପଟେଲ

ପୋର୍ଟ ଅଫ୍‌ ସ୍ପେନ୍‌,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ସ୍ପିନର ଅକ୍ଷର ପଟେଲ ମାତ୍ର ୩୫ ବଲରୁ ଅପରାଜିତ ୬୪ ରନ୍‌ ସ୍କୋର କରି ଦଳର ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ବିସ୍ଫୋରକ ଇନିଂସରେ ଅକ୍ଷୟ ୩ ଚୌକା ଓ ୫ ଛକା ମାରିଥିଲେ। ଏହା ସହିତ ସେ ମହେନ୍ଦ୍ର ସିଂ ଧୋନୀଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।
ଏମଏସ ଧୋନୀ ୧୭ ବର୍ଷ ପୂର୍ବେ ଜିମ୍ବାୱେ ବିପକ୍ଷରେ ଛକା ମାରିବାର ଏକ ଖାସ୍‌ ରେକର୍ଡ କରିଥିଲେ, ଯାହା ଅକ୍ଷର ପଟେଲଙ୍କ ଭାଙ୍ଗିଛନ୍ତି। ଧୋନୀ ୨୦୦୫ରେ ଜିମ୍ବାୱେ ବିପକ୍ଷରେ ଟାର୍ଗେଟ ପିଛା କରି ସାତ ନମ୍ବରରେ ବ୍ୟାଟିଂ କରି ୩ଟି ଛକା ମାରିଥିଲେ। ଏହାର ୬ ବର୍ଷ ପରେ ଅର୍ଥାତ୍‌ ୨୦୧୧ରେ ୟୁସୁଫ ପଠାନ ମଧ୍ୟ ସାତ ନମ୍ବରରେ ତିନୋଟି ଛକା ମାରି ମାହିଙ୍କ ରେକର୍ଡକୁ ସମାନ କରିଥିଲେ। କିନ୍ତୁ ଏବେ ଅକ୍ଷର ପଟେଲ ୫ଟି ଛକା ମାରି ଏହି ରେକର୍ଡକୁ ଭାଙ୍ଗିଛନ୍ତି।

Share