Categories: ଖେଳ

ବ୍ରେକ୍‌ ନେଲେ ଅକ୍ଷର; ଖୁବ୍‌ଶୀଘ୍ର ପ୍ରେମିକାଙ୍କ ଧରିବେ ହାତ

ନୂଆଦିଲ୍ଲୀ,୧୫।୧: ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ। ମେହା ପାଟିଲଙ୍କ ହାତ ଧରିବେ ସେ। ଗତ ବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ତେବେ ବିବାହ ଲାଗି ଅକ୍ଷର ନ୍ୟୁଜିଲାଣ୍ଡ ସିରିଜରୁ ବ୍ରେକ୍‌ ନେଇଥିବା ଜଣାପଡ଼ିଛି।

ମେହା ବୃତ୍ତିରେ ଜଣେ ନ୍ୟୁଟ୍ରିଶିୟାନିଷ୍ଟ। ସେ ସୋସିଆଲ ମିଡିଆରେ ଡାଏଟ୍‌ ପ୍ଲାନ୍‌ ଶେୟାର କରିଥାନ୍ତି। ଦୀର୍ଘଦିନରୁ ସେ ଅକ୍ଷରଙ୍କୁ ଡେଟ୍‌ କରି ଆସୁଥିଲେ।

Share