Posted inଖେଳ

ଡେବ୍ୟୁ ଟେଷ୍ଟରେ ୫ ଉଇକେଟ ନେଇ ଚମକିଲେ ଏହି ସ୍ପିନର, ସ୍ପେଶାଲ କ୍ଲବରେ…

ଚେନ୍ନାଇ,୧୬।୨: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗୋଟିଏ ପାଳିରେ ୫ ଉଇକେଟ ନେଇ ସ୍ପେଶାଲ କ୍ଲବରେ ସ୍ଥାନ ହାସଲ କରିଛନ୍ତି ଭାରତୀୟ ସ୍ପିନର ଅକ୍ଷର ପଟେଲ। ନିଜର ଡେବ୍ୟୁ ମ୍ୟାଚ୍‌ରେ ୫ ଉଇକେଟ ନେଇଥିବା ୯ମ ଭାରତୀୟ ଖେଳାଳି ସେ ପାଲଟିଛନ୍ତି। ଏହାଛଡ଼ା ସେ ଦୀଲିପ ଦୋଷୀଙ୍କ ପରେ ଡେବ୍ୟୁ ମ୍ୟାଚ୍‌ରେ ଏହି ସଫଳତା ପାଇଥିବା ଦ୍ୱିତୀୟ ବାମହାତୀ ସ୍ପିନର ମଧ୍ୟ ପାଲଟିଛନ୍ତି। ୧୯୭୯ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ଡେବ୍ୟୁ କରିଥିଲେ। ଏଥିରେ ସେ ଏହି ସଫଳତା ହାସଲ କରିଥିଲେ।

ପ୍ରକାଶ ଯେ, ନିଜର ଡେବ୍ୟୁ ମ୍ୟାଚ୍‌ରେ ୫ ଉଇକେଟ ନେଇଥିବା ପ୍ରଥମ ଭାରତୀୟ ସ୍ପିନର ଥିଲେ ବିବି କୁମାର। ସେ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ତାଙ୍କ ପରେ ଦୀଲିପ ଦୋଶି ଅଷ୍ଟ୍ରେଲିଆ ବିପକ୍ଷରେ ୧୦୩ ରନ୍‌ ଦେଇ ୬ ଉଇକେଟ ନେଇଥିଲେ। ପରେ ନରେନ୍ଦ୍ର ହିରଓ୍ବାନୀ, ଅମିତ ମିଶ୍ରା ପ୍ରମୁଖ ଏହି ସଫଳତା ପାଇଛନ୍ତି। ଏହାଛଡ଼ା ଷ୍ଟାର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ନିଜ ପଦାର୍ପଣ ମ୍ୟାଚ୍‌ରେ ୫ ଉଇକେଟ ନେଇଥିଲେ। ଦିଲ୍ଲୀରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ସେ ୪୭ ରନ୍‌ ଦେଇ ୬ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ମିଥଙ୍କ ଶତକ:ଅଷ୍ଟ୍ରେଲିଆ ୪୭୪ ରନ୍‌ରେ ଅଲଆଉଟ୍‌

ମେଲବୋର୍ନ,୨୭।୧୨:ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୭୦ ରନ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଦଳ ୩୧୧ ସ୍କୋର ସହ ଇନିଂସ ଅଗ୍ରଗତି କରିବା...

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

ମେଲବୋର୍ନ,୨୭।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୫-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୨୬ରୁ ଖେଳାଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହି ଟେଷ୍ଟ ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ ଦଳ...

ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩...

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା...

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହା ପଛର ଇତିହାସ

ମେଲବୋର୍ନ, ୨୬।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛିଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌...

ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ: ଅଷ୍ଟ୍ରେଲିଆର ଦମ୍‌ଦାର ଆରମ୍ଭ

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ପ୍ରଥମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri