Categories: ବାଣିଜ୍ୟ

ଆକ୍ସିସ ବ୍ୟାଙ୍କର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୮।୪: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଗୁରୁବାର ମୁମ୍ବାଇଠାରେ ଅନୁଷ୍ଠିତ ବ୍ୟାଙ୍କର ନିର୍ଦେଶକ ମଣ୍ଡଳୀ ବୋର୍ଡ ବୈଠକରେ ଉକ୍ତ ଆର୍ଥିକ ଫଳାଫଳକୁ ମଞ୍ଜୁରି ପ୍ରଦାନ କରାଯାଇଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ ବ୍ୟାଙ୍କର ଟିକସ ପରବର୍ତୀ ଲାଭ ବାର୍ଷିକ ଭିତିରେ ୬୧% ବୃଦ୍ଧି ପାଇ ୬,୬୨୫ କୋଟି ଟଙ୍କା ହୋଇଛି। ବର୍ଷତମାମ ପାଇଁ ଟିକସ ପରବର୍ତୀ ଲାଭ ବାର୍ଷିକ ଭିତିରେ ୬୮% ବୃଦ୍ଧି ପାଇ ୨୧,୯୩୩ କୋଟି ଟଙ୍କା ହୋଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି, ଆମେ ଦୃଢ଼ତା ଉପରେ କାମ କରୁଛୁ, ଯେଉଁଥିରୁ ଫଳ ମିଳିବା ଆରମ୍ଭ ହୋଇଯାଇଛି। ୨୦୨୨-୨୩ର ୪ର୍ଥ ତ୍ରୈମାସିକରେ ଆମେ ଭାରତ ନେଟ୍‌ ବ୍ୟାଙ୍କିଙ୍ଗ ଓ ଡିଜିଟାଲ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିଛୁ। ବିଶେଷ କରି ଅର୍ଥପୂର୍ଣ୍ଣ ଭାବେ ଏକ ଦୃଢ଼ ଫ୍ରାଞ୍ଚାଇଜି ଗଠନ ସହ ଆମେ ଏହି ବର୍ଷକୁ ଶେଷ କରୁଛୁ। ଆଲୋଚ୍ୟ ଆର୍ଥିକ ବର୍ଷରେ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ସିଟି ବ୍ୟାଙ୍କ ଇଣ୍ଡିଆର ଉପଭୋକ୍ତା ବ୍ୟବସାୟ ଅଧିଗ୍ରହଣକୁ ଶେଷ ଶେଷ କରାଯାଇଛି। ସିଟିବ୍ୟାଙ୍କ ଇଣ୍ଡିଆର ଋଣ, କ୍ରେଡିଟ୍‌ କାର୍ଡ, ସଂପତି ପରିଚାଳନା ଏବଂ ରିଟେଲ୍‌ ବ୍ୟାଙ୍କିଙ୍ଗ କାରବାରକୁ ବ୍ୟାଙ୍କ ଅଧିଗ୍ରହଣ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ଅଧିଗ୍ରହଣ ଦ୍ୱାରା ଆକ୍ସିସ୍‌ ବ୍ୟାଙ୍କ ନିଜକୁ ଭାରତର ଏକ ବୃହତ ବ୍ୟାଙ୍କ ଭାବେ ଉପସ୍ଥାପନ କରିପାରିଛି ଏବଂ ଏହା ବ୍ୟାଙ୍କର ପ୍ରିମିୟମ୍‌ ବଜାର ଅଂଶ ବଢ଼ାଇବାରେ ସହାୟକ ହେବ। ସିସିଆଇ ଅନୁମୋଦନ ମିଳିବାର ସାତ ମାସ ଭିତରେ ଏହି କାର୍ଯ୍ୟ ଶେଷ ହୋଇଛି। ଇଜିଟ୍ୟାପ୍‌ ବାଏ ରେଜରପେ ଓ ମାଇଁପିନ୍‌ପ୍ୟାଡ୍‌ ସହଯୋଗିତାରେ ଡିଜିଟାଲ୍‌ ପେମେଂଟ୍‌ ଗ୍ରହଣ କରିବା ଲାଗି ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ‘ମାଇକ୍ରୋପେ’ର ଶୁଭାରମ୍ଭ କରାଯାଇଛି।

Share