ନୂଆଦିଲ୍ଲୀ,୨୪।୧୧: ଆକ୍ସିସ ବ୍ୟାଙ୍କ ଓ ଫ୍ଲିପ୍କାର୍ଟ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗିତା ସ୍ଥାପନ କରାଯାଇଛି। ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ଲାଗି ଏହି ସହଯୋଗିତା ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ଏପରିକି ଫ୍ଲିପ୍କାର୍ଟ ସୁପର କଏନ୍ସ ରିୱାର୍ଡ ପ୍ରୋଗ୍ରାମକୁ ବ୍ୟାପକ କରିବା ଏବଂ ଗ୍ରାହକମାନଙ୍କୁ ଉନ୍ନତ ଶପିଂ ଅନୁଭୂତି ପ୍ରଦାନ କରିବା ଲାଗି ଏହି କାର୍ଡରେ ଶପିଂ କରୁଥିବା ଗ୍ରାହକମାନଙ୍କ ଲାଗି ବ୍ୟାପକ ସୁବିଧା ରହିଛି।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-କାର୍ଡସ୍ ଆଣ୍ଡ ପେମେଣ୍ଟ୍ସ ସଂଜୀବ ମୋଘେ କହିଛନ୍ତି, ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସ୍ବତନ୍ତ୍ର ଭାବେ ଏହା ପ୍ରସ୍ତୁତ କରାଯାଇଛି।