Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୪।୩:ଆକ୍ସିସ୍‌ ବ୍ୟାଙ୍କ୍‌ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଏକ ନୂତନ ଉତ୍ପାଦ ‘ମାଇକ୍ରୋପେ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଇଜି ଟ୍ୟାପ୍‌ ବାଏ ରେଜର ପେ ଓ ମାଇଁ ପିନ୍‌ ପ୍ୟାଡ୍‌ ସହଯୋଗରେ ବ୍ୟାଙ୍କ ଭାରତର ପ୍ରଥମ ପିନ୍‌ ଅନ୍‌ ମୋବାଇଲ ସମାଧାନ ଉପରେ ପର୍ଯ୍ୟବସିତ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ‘ମାଇକ୍ରୋପେ’ର ବିକଶିତ କରାଯାଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ମୁଖ୍ୟ-କାର୍ଡ ଏବଂ ପେମେଣ୍ଟସ୍‌ ସଞ୍ଜୀବ ମୋଘେ କହିଛନ୍ତି, ବ୍ୟାପକ ଭାବେ ଡିଜିଟାଲ୍‌ ପେମେଣ୍ଟକୁ ଗ୍ରହଣ କରିବା ଲାଗି ବ୍ୟବସାୟୀମାନଙ୍କୁ ଏକ ସୁରକ୍ଷିତ ଓ ସୁଲଭ ଡିଭାଇସ୍‌ ପ୍ରଦାନ କରି ଆମେ ସେମାନଙ୍କ ପାଇଁ ପିଓଏସ୍‌ ସମାଧାନକୁ ଅଭିନବ ଓ ସୁଲଭ କରିବା ଦିଗରେ କାର୍ଯ୍ୟ କରୁଛୁ। ଏପରିକି ଗ୍ରାମୀଣ ଭାରତରେ ବ୍ୟବସାୟୀ ଗୋଷ୍ଠୀ ଡିଜିଟାଲ୍‌ ପେମେଣ୍ଟ ଭିତ୍ତିଭୂମିକୁ ଗ୍ରହଣ କରିଛନ୍ତି। ଆମର ବିଶ୍ୱାସ, ମାଇକ୍ରୋପେ ସମାଧାନ ସେମାନଙ୍କ ଅନୁଭୂତିରେ ଉନ୍ନତି ଆଣିବା ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିବ। ବିଶେଷକରି ସେମାନଙ୍କ ପାଇଁ ଡିଜିଟାଲ ପେମେଣ୍ଟକୁ ଗ୍ରହଣ କରିବାର ଏକ ନୂଆ ଓ ଆଧୁନିକ ପଦ୍ଧତି ପ୍ରଦାନ କରିବ।

Share