Categories: ଖେଳ

ଏଏଫ୍‌ଏଲ୍‌ ସହ ଆକ୍ସିସ୍‌ ବ୍ୟାଙ୍କ୍‌ର ସହଭାଗିତା

ନୂଆଦିଲ୍ଲୀ,୨୨ା୩: ଆକ୍ସିସ୍‌ ବ୍ୟାଙ୍କ୍‌ ଏବଂ ଅଟୋଟ୍ରାକ୍‌ ଫାଇନାନ୍ସ ଲିମିଟେଡ୍‌ (ଏଏଫ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷ ୟୁବି କୋ ଡଟ୍‌ ଲେଣ୍ଡ୍‌ ପ୍ଲାଟଫର୍ମ ଜରିଆରେ କୋ-ଲେଣ୍ଡିଂ ମଡେଲ୍‌ ଅଧିନରେ ଉକ୍ତ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଭାରତ ବ୍ୟାଙ୍କିଙ୍ଗ, ଆକ୍ସିସ୍‌ ବ୍ୟାଙ୍କ୍‌ର ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ଓ ମୁଖ୍ୟ ମୁନିଷ ଶାରଦା କହିଛନ୍ତି, ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ଏବଂ ଡିଜିଟାଲ୍‌ ମାଧ୍ୟମରେ ନିରବଚ୍ଛିନ୍ନ ଭାବେ ଆର୍ଥିକ ସେବା ପ୍ରଦାନ କରିବା ଲାଗି ବ୍ୟାଙ୍କ୍‌ର ରହିଥିବା ମିଶନ ଅନୁସାରେ ଏଏଫ୍‌ଏଲ୍‌ ସହ ଏହି ସହଯୋଗିତା ସ୍ଥାପନ କରାଯାଇଛି। ଏଏଫଏଲର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତଲ କହିଛନ୍ତି, ଆଇଟିଏଲ୍‌ ଗ୍ରହଣ କରୁଥିବା ଆମର ସବୁ ପଦକ୍ଷେପ ମୂଳରେ ଚାଷୀ ସର୍ବଦା ରହିଥାଏ।

Share