Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୩୦।୧: ଆକ୍ସିସ୍‌ ବ୍ୟାଙ୍କ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ୩ୟ ତ୍ରୈମାସିକରେ ବ୍ୟାଙ୍କ ମୋଟ ୬,୦୭୧ କୋଟି ଟଙ୍କା ଲାଭ କରିଥିବାବେଳେ ବ୍ୟାଙ୍କର ସୁଧ ଆୟ (ଏନ୍‌ଆଇଆଇ) ୨୦୨୩-୨୪ ଆର୍ଥତ୍କ ବର୍ଷର ୩ୟ ତ୍ରୈମାସରେ ୯% ବୃଦ୍ଧି ପାଇ ୧୨,୫୩୨ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ବ୍ୟାଙ୍କର ସୁଧ ମାର୍ଜିନ୍‌ (ଏନ୍‌ଆଇଏମ୍‌) ୪.୦୧% ରହିଥିଲାବେଳେ କ୍ୟୁଏବି ଭିତିରେ ବ୍ୟାଙ୍କର କାସା ବାର୍ଷିକ ୧୩% ଏବଂ ତ୍ରୈମାସିକରେ ୧% ବୃଦ୍ଧି ପାଇ କାସା ଅନୁପାତ ୪୨% ରହିଛି।

Share